fbpx

ଧନୀ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ସବୁ ଲକ୍ଷଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରୀକ୍ ଦାର୍ଶନିକ ଏପିକ୍ଟେଟସଙ୍କ ମତରେ ଆପଣଙ୍କ ନିକଟରେ କେତେ ଅର୍ଥ ରହିଛି ଏହା ଆପଣଙ୍କୁ ଧନୀ ପ୍ରମାଣିତ କରିନଥାଏ ଆପଣ କେତେ କମ ଚାହୁଁଛନ୍ତି ଏହା ଆପଣଙ୍କୁ ବିଦ୍ୱାନ ଭାବରେ ପ୍ରମାଣିତ କରିଥାଏ । ତେବେ ସାଧାରଣ ଜୀବନରେ ସମସ୍ତେ କେବଳ ଧନୀ ହେବାକୁ ଚାହିଁଥାନ୍ତି । ଧନୀ ହେବା ଏବଂ ସଫଳ ହେବା ଦୁଇଟି ଭିନ୍ନି ଜିନିଷ । ତେବେ ଏହା ମଧ୍ୟ ସ୍ୱୀକାର କରିବାକୁ ପଡିବ କି କିଛି କ୍ଷେତ୍ରରେ ଆପଣଙ୍କ ନିକଟରେ ରହିଥିବା ଅର୍ଥରୁ ଆପଣଙ୍କ ସଫଳତା ନିର୍ଦ୍ଧାରିତ ହୋଇଥାଏ ।

ତେବେ ଆପଣ ଧନୀ ହେବା ପାଇଁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ କି? ବିଜ୍ଞାନ ଅନୁଯାୟୀ ଆପଣ କଣ କରୁଛନ୍ତି ତା ଅପେକ୍ଷା ଭିତରୁ ଆପଣ କେଉଁ ପ୍ରକାରର ଏଥିରୁ ଆପଣଙ୍କ ସଫଳତା ନିର୍ଦ୍ଧାରଣ କରାଯାଇଥାଏ । ମନସ୍ତତ୍ୱକୁ ନେଇ ବ୍ରିଟିଶ ଜର୍ଣ୍ଣାଲରେ ପ୍ରକାଶିତ ନିବନ୍ଧ ରିଚ୍ ପିପୁଲ୍ ଆର ଡିଫରେଣ୍ଟରେ ଏହା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଧନୀ ହେଉଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ସାଧାରଣତଃ ଅନ୍ୟ ମାନଙ୍କ ନିକଟରୁ ଅଲଗା ହୋଇଥାଏ ।

୧. ଆତ୍ମବିଶ୍ୱାସୀ: ଧନୀ ହେଉଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱରେ ଆତ୍ମବିଶ୍ୱାସର ଝଲକ ଦେଖିବାକୁ ମିଳିଥାଏ । ଏକାକୀ କେହି ସଫଳ ହାସଲ କରିବାରେ ସଫଳ ହୋଇନଥାନ୍ତି । ଏହି ଧରଣର ବ୍ୟକ୍ତି ମାନଙ୍କ ନିକଟରେ ଅନ୍ୟମାନଙ୍କ ସହିତ ଜଡିତ ରହିବାର ଅନନ୍ୟ କଳା ଦେଖିବାକୁ ମିଳିଥାଏ । ଅନ୍ୟମାନଙ୍କ ସହିତ ସହଜରେ ମିଶି ପାରୁଥିବା ଏହି ବ୍ୟକ୍ତି ମାନେ ସହଜରେ ଅନ୍ୟଙ୍କୁ ମୋଟିଭେଟ୍ କରିବାର କଳା ରଖନ୍ତି । (ଉଲ୍ଲେଖଯୋଗ୍ୟ ଯେ, ଏକୁଟିଆ ରହୁଥିବା ବ୍ୟକ୍ତି ମାନେ ମଧ୍ୟ ସମାନ ସଫଳତା ହାସଲ କରିପାରନ୍ତି)

୨. ନିଷ୍ପତ୍ତି ନେବାର ଦକ୍ଷତା: ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବାର ଦକ୍ଷତା ଏହି ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଏମାନେ ସମୟୋଚିତ ନିଷ୍ପତ୍ତି ନେବା ସହିତ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଥାନ୍ତି । ଏହି ଧରଣର ବ୍ୟକ୍ତି ମାନେ ସାଧାରଣତଃ ଗୋଟିଏ ଜିନିଷରେ ନିଜର ଧ୍ୟାନ କେନ୍ଦ୍ରିତ କରିବାରେ ସଫଳ ମଧ୍ୟ ହୋଇଥାନ୍ତି ।

୩. ମାନସିକ ଦୃଢତା: ଧନୀ ଲୋକ ମାନେ ମାନସିକ ଭାବରେ ଅତ୍ୟନ୍ତ ଦୃଢ ରହିଥାନ୍ତି । ମନୋଭାବ ଦ୍ୱାରା ପ୍ରଭାବିତ ହୋଇ ଏମାନେ କୌଣସି ନିଷ୍ପତ୍ତି ନେଇନଥାନ୍ତି ଯାହା ଦୀର୍ଘସୂତ୍ରରେ ସଫଳତା ପ୍ରଦାନ କରିଥାଏ ।

୪. ମନସ୍ତାପରୁ ଦୂରେଇ ରୁହନ୍ତି: ଧନୀ ଲୋକମାନେ ମନସ୍ତାପରୁ ଦୂରେଇ ରୁହନ୍ତି । କୌଣସି ବି ପରସ୍ଥିତିରେ ଏମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ନଥାନ୍ତି । ଭୟ, ଚିନ୍ତା, ଖୁସି ପରି ପରସ୍ଥିତିରେ ଏମାନେ ସମାନ ଭାବରେ ବ୍ୟବହାର କରିଥାନ୍ତି । ଏପରି ବ୍ୟବହାର ଦ୍ୱାରା ନକରାତ୍ମକ ଶକ୍ତିରୁ ଦୂରେଇ ରହିବା ସହିତ ସଫଳ ହୋଇଥାନ୍ତି ।

୫. ନିଜକୁ ଦିଅନ୍ତି ପ୍ରାଧାନ୍ୟ: ଧନୀ ହେଉଥିବା ବ୍ୟକ୍ତି ମାନେ ସର୍ବଦା ନିଜକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ସଫଳ ହେବା ପାଇଁ ଏମାନେ ନିଜଠାରୁ ଆଶା ରଖନ୍ତି । ତେବେ ଏହି ଧରଣର ବ୍ୟକ୍ତି ମାନେ ଅନ୍ୟମାନଙ୍କୁ ସଫଳତାର ଶ୍ରେୟ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ।

ଏହି ସମସ୍ତ ଲକ୍ଷଣ ନଥିଲେ ଚିନ୍ତା କରନ୍ତୁ ନାହିଁ । କାହିଁକି ନା ଆପଣ ନିଜ ଆଚରଣକୁ ନିୟନ୍ତ୍ରିତ କରିପାରିବେ ମାତ୍ର ବ୍ୟକ୍ତିତ୍ୱକୁ ନୁହେଁ । ବ୍ୟକ୍ତିତ୍ୱରେ ପରିବର୍ତ୍ତନ ରାତାରାତି ଆସିନଥାଏ । ତେବେ ଅଳ୍ପ କିଛି ଅଭ୍ୟାସକୁ ଆପଣ ପରିବର୍ତ୍ତନ କରିପାରିବେ । ଯେମିତିକି ଧନୀ ବ୍ୟକ୍ତି ମାନେ ଏକ୍ସୋଟଭର୍ଟ (ଆତ୍ମବିଶ୍ୱାସୀ) ହୋଇଥାନ୍ତି ମାତ୍ର ଆପଣ ଇଣ୍ଟ୍ରୋଭର୍ଟ । ତେବେ ଚିନ୍ତାକରନ୍ତୁ ନାହିଁ ଆପଣ ଆତ୍ମବିଶ୍ୱାସୀ ହେବାର କିଛି କଳା ଶିଖିବାର ପ୍ରୟାସ କରନ୍ତୁ । ଏପରି ଛୋଟ ଛୋଟ ପରିବର୍ତ୍ତନ ଦ୍ୱାରା ଧୀରେ ଧୀରେ ଆପଣଙ୍କ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆସିଥାଏ ଯାହାକି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ ରାତାରାତି ଏହା ସମ୍ଭବ ହେବ ନାହିଁ ତେଣୁ ଧୈର୍ଯ୍ୟର ସହିତ ନିଜ ବ୍ୟକ୍ତିତ୍ୱ ପରିବର୍ତ୍ତନ ପାଇଁ ପ୍ରୟାସ କରନ୍ତୁ ।

Get real time updates directly on you device, subscribe now.