ନୂଆଦିଲ୍ଲୀ: ଲୋକପ୍ରିୟ କନ୍ନଡ ଅଭିନେତା ପୁନିତ୍ ରାଜକୁମାର ଶୁକ୍ରବାର ଦିନ ହୃଦଘାତରେ ପ୍ରାଣ ହରାଇଛନ୍ତି । ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛଇ । ତାଙ୍କର ୪୬ ବର୍ଷରେ ଦେହାନ୍ତ ହୋଇଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନେ କହିଛନ୍ତି ଯେ, ଜିମ୍ ରେ ଦୁଇଘଣ୍ଟା ଏକ୍ସରସାଇଜ୍ କରିବା ପରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ଯାହାପରେ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । ଆଉ କିଛି ସମୟ ପରେ ତାଙ୍କର ନିଧନ ହୋଇଯାଇଥିଲା ।
ତେବେ ଆମେ ସମସ୍ତେ ଜାଣନ୍ତି ଯେ, ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ । ତେଣୁ ଲୋକମାନେ ଫିଟ୍ ରହିବା ପାଇଁ ଜିମ୍ ଯାଇଥାନ୍ତି ଓ ଭିନ୍ନ ଭିନ୍ନ ପ୍ରକାର ଏକ୍ସରସାଇଜ୍ କରିଥାନ୍ତି । ହେଲେ ଗମ୍ଭୀର ଭାବରେ ଏକ୍ସରସାଇଜ୍ କରିବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ବଢ଼ିଯାଇଥାଏ । ଏନେଇ ହୃଦ ରୋଗ ବିଶେଷଜ୍ଞ କୁହନ୍ତି ଯେ, ଜିମ୍ ରେ ଇଣ୍ଟେସ୍ ୱର୍କଆଉଟ୍ କରିବା ଏବଂ ଡେଭି ୱେଟ୍ ଲିଫ୍ଟିଂ କରୁଥିବା ଲୋକଙ୍କ ଠାରେ ଅଧିକ ରିସ୍କ ରହିଥାଏ ।
ତେବେ ଫିଟ୍ ରହିବାକୁ ଚେଷ୍ଟା କରିବାକୁ ଯାଇ ବର୍ତ୍ତମାନର ଯୁବକ ମାନେ ନିୟମିତ ଜିମ୍ ଯାଇଥାନ୍ତି । ଆପଣ ମାନେ ନିଜେ ଦେଖନ୍ତୁ ପୁନିତ୍ ରାଜକୁମାର, ସିଦ୍ଧାର୍ଥ ଶୁକ୍ଲା(୪୧) ଏବଂ ଗତ ବର୍ଷ ପ୍ରାଣ ହରାଇଥିବା ଚିରଞ୍ଜୀବୀ ସରଜା(୩୬)ଙ୍କ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଛି । ବିଶେଷଜ୍ଞ କହିବାନୁସାରେ, ବ୍ୟାୟାମ କରିବା ଦ୍ୱାରା ଶରୀର ଉପରେ ଭଲ ଏବଂ ଖରାପ ପ୍ରଭାବ ପଡ଼ିଥାଏ । ତେଣୁ କିଏ ଓ କେଉଁ ଭଳି ବ୍ୟାୟାମ କରୁଛି ତାହାର ପ୍ରଭାବ ସେମାନଙ୍କ ଶରୀର ଉପରେ ପଡ଼ିଥାଏ । ଯୁବକ ମାନଙ୍କୁ ଏହି କାରଣରୁ ହାର୍ଟ ଆଟାକ୍ ହୋଇଥାଏ ।
ଫିଜିକାଲ ଆକ୍ଟିଭିଟି କରିବା ସମୟରେ ଧ୍ୟାନ ଦେବା ଦରକାର ଯେ, କେଉଁ ବ୍ୟାୟାମ କିଭଳି କରିବା ଦରକାର । ତେଣୁ ବିଶେଷଜ୍ଞ ମାନେ କୁହନ୍ତି ଯେ, ୫ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ୱର୍ମ-ଅପ୍ କରନ୍ତୁ, ୨୦ରୁ ୩୦ ମିନିଟ୍ ବ୍ୟାୟାମ, ୫ରୁ ୧୦ ମିନିଟ୍ ଶରୀରକୁ ଥଣ୍ଡା କରିବା ପାଇଁ ଳଛାଡ଼ି ଦିଅନ୍ତୁ ।