fbpx

ଓଡ଼ିଶାରେ କାର୍ଯ୍ୟକାରୀ ହେବ ‘ପେସା ଆଇନ’: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦୀର୍ଘଦିନ ଧରି ବନ୍ଦ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନିୟମିତ ଭାବେ ଶୁଣାଣି ଆରମ୍ଭ କରିଥିଲେ । ଏଥିସହିତ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲା ଯିବା ସହିତ ରତ୍ନଭଣ୍ଡାର ମଧ୍ୟ ଖୋଲା ଯାଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।

ସୂଚନା ମୁତାବକ, ରାଜ୍ୟରେ କାର୍ଯ୍ୟକାରୀ ହେବ ପଞ୍ଚାୟତ ଏକ୍ସଟେନସ ଟୁ ଶିଡ୍ୟୁଲଡ ଏରିଆ (ପେସା), ଆଇନ୍ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି । ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ଏନେଇ ସୂଚନା ଦେଇଛନ୍ତି । ରାଜ୍ୟର ଆଦିବାସୀଙ୍କ ବିକାଶ ପାଇଁ ପେସା ଆଇନ ଲାଗୁ କରାଯିବ । ବିଧାନସଭାର ଆଗାମୀ ଅଧିବେସନରେ ଏନେଇ ବିଲ୍ ଆସିବ । ଚଳିତ ବିଧାନସଭା ଅଧିବେସନରେ ବଜେଟ ଆସିଥିବା ବେଳେ ପରବର୍ତ୍ତୀ ଅଧିବେସନରେ ପେସା ଆଇନ ସମ୍ପର୍କିତ ବିଲ୍ ଆସିବ । ବିଧାନସଭାରେ ଏହି ବିଲା ପାରିତ ହେବା ପରେ ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.