fbpx

ରିସର୍ଚ୍ଚରୁ ଖୁଲାସା : ପରିବାରେ ବ୍ୟବହାର ହେଉଥିବା କୀଟନାଶକ ନେଉଛି ଜୀବନ

କାନପୁର: ଆମେ ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଉ ଏଥି ସହିତ ଅନେକ ପ୍ରକାରର ଏକ୍ସରସାଇଜ ମଧ୍ୟ କରିଥାଉ । କିନ୍ତୁ ଅନେକ ସମୟରେ ଆମ ଶରୀର ଅସୁସ୍ଥ ହୋଇଥାଏ । ଯାହାର କାରଣ ମଧ୍ୟ ଅନେକାଂଶରେ ଆମକୁ ଜଣା ନଥାଏ । ତେବେ ଏହାରି ମଧ୍ୟରେ  ଜିଏସଭିଏମ ମେଡିକାଲ କଲେଜର ବାୟୋକେମିଷ୍ଟ୍ରି ବିଭାଗ, କାନପୁର ପକ୍ଷରୁ ହୋଇଥିବା ଏକ ରିସର୍ଚ୍ଚ ସମସ୍ତଙ୍କୁ  ଆଶ୍ଚର୍ଯ୍ୟ କରିଦେଇଛି । ଏହି ରିସର୍ଚ୍ଚରେ ୧୦୦ କର୍କଟ ରୋଗୀଙ୍କ ରକ୍ତ ନମୁନା ଯାଞ୍ଚ କରାଯାଇଥିଲା । ଯେଉଁଥିରୁ ଜଣାପଡିଛି ଯେ ପନିପରିବାରେ ପଡୁଥିବା କୀଟନାଶକ ସେମାନଙ୍କ ରକ୍ତରେ ଦେଖିବାକୁ ମିଳିଛି । ଏହା ପରେ, ଯେତେବେଳେ ସାଧାରଣ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା, ଏହି କୀଟନାଶକ ସେମାନଙ୍କ ରକ୍ତରେ ମଧ୍ୟ ଦେଖିବାକୁ ମିଳିଥିଲା । ​​ଯାହା ଆମ ଶରୀରରେ ଅତ୍ୟନ୍ତ ବିପଜ୍ଜନକ ଏବଂ ଗୁରୁତର ରୋଗ ସୃଷ୍ଟି କରିଥାଏ । ତେବେ ଅନୁସନ୍ଧାନରେ କୁହାଯାଇଥିଲା ଯେ ଲୋକଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା ବଢିବାର  ଏହା ମଧ୍ୟ ଅନ୍ୟତମ କାରଣ ।

 ପନିପରିବାରୁ ଶରୀରକୁ ଆସୁଥିବା କୀଟନାଶକକୁ  ମେଟାବୋଲିଜ ହୋଇଯାଏ । ଯାହାକି ସ୍ତନ କର୍କଟ ଏବଂ ପାଟି କର୍କଟ ପରି ମାରାତ୍ମକ ରୋଗ ସୃଷ୍ଟି କରିଥାଏ | ଡାକ୍ତରମାନେ କହିଛନ୍ତି ଯେ ଯେତେବେଳେ ପନିପରିବାରେ ବ୍ୟବହୃତ କୀଟନାଶକ ଫସଲ ଉପରେ ସ୍ପ୍ରେ କରାଯାଏ, ଏହା ଫସଲ ଉପରେ ପ୍ରଭାବ ପକାଇଥାଏ ଏବଂ ଯେତେବେଳେ ଜଣେ ବ୍ୟକ୍ତି ଏହି ପନିପରିବା ସେବନ  କରିଥାଏ, ସେତେବେଳେ  କୀଟନାଶକ ତାଙ୍କ ଶରୀରରେ ପହଞ୍ଚି ରକ୍ତରେ ମିଶି ଥାଏ । ଏହି କାରଣରୁ ସାଧାରଣ ଲୋକଙ୍କ ରକ୍ତରେ କୀଟନାଶକ ମଧ୍ୟ ମିଳିଥାଏ ।

 ରିସର୍ଚ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ ରକ୍ତରେ ଅନେକ ପ୍ରକାରର କୀଟନାଶକ ମିଳିଛି । ଯାହା ଆଲଜାଇମର ରୋଗକୁ ବଢ଼ିଥାଏ  ଏବଂ ଯୌନ ହରମୋନକୁ  ହ୍ରାସ କରିଥାଏ । ଏଥିସହ, ଡାଇମେଥୋରେଟ୍ ନାମକ ଏକ କୀଟନାଶକ ଶରୀରର ରାସାୟନିକ ପଦାର୍ଥକୁ ସ୍ନାୟୁ ପ୍ରଣାଳୀରେ ପହଞ୍ଚିବାରେ ରୋକିଥାଏ, ଯାହା ହୃଦଘାତର କାରଣ ହୋଇଥାଏ । ଏହା ବ୍ୟତୀତ କ୍ଲୋରୋପାଇରୋଫୋସ୍ ମଧ୍ୟ ସ୍ନାୟୁ ପ୍ରଣାଳୀର ରୋଗ ସୃଷ୍ଟି କରିଥାଏ । ତେବେ ଅନେକ ଲୋକଙ୍କ  ଶରୀରରେ ସମାନ କୀଟନାଶକ ଔଷଧ  ମିଳିଛି ।  ଯାହା ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ । ଡାକ୍ତରମାନେ କହିଛନ୍ତି ଯେ ଏଥିରୁ ରକ୍ଷା ପାଇବା ପାଇଁ ହେଲେ ଲୋକମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ ।  ପାନିପରିବାକୁ ଖାଇବା ପୂର୍ବରୁ ତାକୁ ପ୍ରଥମେ ଗରମ ପାଣିରେ ଧୋଇ ଖାଆନ୍ତୁ । ଏଥିସହିତ ପାଣିରେ ଲୁଣ ମିଶାନ୍ତୁ । କେବଳ ମୌସୁମୀ ଅନୁଯାଇ  ପନିପରିବା ଖାଆନ୍ତୁ କାରଣ ଅଫ ସିଜିନରେ ପନିପରିବାରେ କୀଟନାଶକ ଥାଏ ।

Get real time updates directly on you device, subscribe now.