fbpx

ପୁଣି ଗ୍ରାହକଙ୍କୁ ଝଟକା: ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ତୈଳ ବଜାରରେ ପୁଣି ନିଆଁ ଲାଗିଛି । ଏହା ଫଳରେ ଗ୍ରାହକଙ୍କୁ ଏକ ଜବରଦସ୍ତ ଝଟକା ଲାଗିଛି । ସମଗ୍ର ଦେଶରେ ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୫.୪୧ରୁ ୯୬.୨୧ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଡିଜେଲର ମୂଲ୍ୟ ଲିଟର ପିଛା ୮୬.୬୭ରୁ ବୃଦ୍ଧି ପାଇଁ ୮୭.୪୭ ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟରେ ୟୁକ୍ରେନ-ରୁଷିଆ ମଧ୍ୟରେ ଜାରି ଯୁଦ୍ଧର ପ୍ରଭାବ ତୈଳ ଦର ଉପରେ ପଡ଼ିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ଭାରତୀୟ ପେଟ୍ରୋଲିୟମ ବିତରଣ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ)ର ରିପୋର୍ଟ ମୁତାବକ, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ୧୦୯.୯୮ରୁ ବୃଦ୍ଧି ପାଇଁ ୧୧୦.୮୨ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ୯୫ ଟଙ୍କାରେ ପହଞ୍ଚି ଯାଇଛି । ଚେନ୍ନାଇରେ ପେଟ୍ରୋଲ ୧୦୨.୧୬ ଓ ଡିଜେଲ ୯୨.୧୯, କୋଲକାତାରେ ପେଟ୍ରୋଲ ୧୦୫.୫୧ ଓ ଡିଜେଲ ୯୦.୬୨ ଟଙ୍କାରେ ପହଞ୍ଚିଛି ।

Get real time updates directly on you device, subscribe now.