ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଦରକୁ ନେଇ ଆସିଛି ଖୁସି ଖବର । ଦୀର୍ଘଦିନ ଧରି ଅପରିବର୍ତ୍ତର୍ିତ ଦରରେ ହୋଇଛି ପରିବର୍ତ୍ତନ । ଅଶୋଧିତ ତେଲ ମୂଲ୍ୟ କମିବା ପରେ ପ୍ରେଟ୍ରୋଲ ଡିଜେଲ ଦର କମିଛି । ଦେଶର ଅଧିକାଂଶ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଏମିତି କିଛି ସହର ରହିଛି ଯେଉଁଠାରେ ତେଲ ଦର କମିବା ନେଇ କୌଣସି ଖବର ଆସିନାହିଁ । ତେବେ ଚାଳନ୍ତୁ ଜାଣିବା କେଉଁ ସହରରେ ରହିଛି ତେଲ ଦର କେତେ? ସରକାରୀ ତେଲ କମ୍ପାନୀ ଅନୁସାରେ ଉତ୍ତର ପ୍ରଦେଶ ଗାଜିଆବାଦ ଜିଲାରେ ପ୍ରେଟ୍ରୋଲ ଦର ୧୪ ପଇସା କମି ଲିଟର ୯୪ଟ.୫୮ ପଇସାରେ ପହଁଞ୍ଚିଛି । ସେହିପରି ଡିଜେଲ ମୂଲ୍ୟରେ ମଧ୍ୟ ୧୬ ପଇସା ହ୍ରାସ ଘଟିଛି । ଡିଜେଲ ଲିଟର ପିଛା ୮୭ଟ. ୬୭ ପଇସାରେ ବିକ୍ରି ହେଉଛି । ୟୁପି ରାଜଧାନୀ ଲକ୍ଷ୍ନୌରେ ପେଟ୍ରୋଲ ୧୦ ପଇସା କମି ଲିଟର ୯୪ଟ.୬୯ପଇସାରେ ବିକ୍ରି ହେଉଥିବାବେଳେ ଡିଜେଲ ମୂଲ୍ୟ ୧୧ ପଇସା କମି ୮୭ଟ. ୮୧ପଇସାରେ ବିକ୍ରି ହେଉଛି ।
ବିହାର ରାଜଧାନୀ ପାଟନାରେ ପେଟ୍ରୋଲ ଦର ୩୭ ପଇସା କମି ଲିଟର ମୂଲ୍ୟ ଏବେ ୧୦୫ଟ.୨୩ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷେ ଡିଜେଲ ୩୪ ପଇସା କମି ୯୨ଟ.୦୯ ପଇସାରେ ବିକ୍ରି ହେଉଛି । ଗତି ୨୪ ଘଣ୍ଟା ଭିତରେ ଅଶୋଧିତ ତେଲ ଦର କିମିଛି । ବ୍ରେଣ୍ଟ କ୍ରଡ୍ ଦର କମି ୭୧.୮୩ ଡଲାର ପ୍ରତି ବ୍ୟାରେଲରେ ପହଞ୍ଚିଛି । ସେହିପରି ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ ରେଟ୍ ହ୍ରାସ ଘଟି ୬୮.୧୬ ଡଲାର ପ୍ରତି ବ୍ୟାରେଲରେ ପହଞ୍ଚିଛି । ଯେଉଁ କାରଣରୁ ଭାରତରେ ସ୍ଥାନେ ସ୍ଥାନେ ପେଟ୍ରୋଲ, ଡିଜେଲ ଦର କମିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୬ଟ.୬୫ ପଇସା ଥିବାବେଳେ ଡିଜେଲ ରହିଛି ୮୯ଟ.୮୨ ପଇସା । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ଟ.୩୧ ପଇସା ରହିଥିବାବେଳେ ଡିଜେଲ ଲିଟର ପିଛା ୯୪ଟ.୨୭ ପଇସାରେ ବିକ୍ରି ହେଉଛି । ପ୍ରତ୍ୟେକ ଦିନ ସକାଳ ୬ଟାବେଳେ ପେଟ୍ରୋଲ, ଡିଜେଲ ଦର ପରିବର୍ତ୍ତନ କରାଯାଏ । ରେଟ୍ କମିଥିଲେ ଅବା ବଢ଼ିଥିଲେ ସକାଳ ୬ଟାରୁ ନୂଆ ରେଟ୍ରେ ତେଲ ବିକ୍ରି ହୋଇଥାଏ । ପେଟ୍ରୋଲ, ଡିଜେଲ ଦାମ୍ରେ ଏକ୍ସସାଇଜ୍ ଡ୍ୟୁଟି, ଡିଲର କମିଶନ, ଟ୍ୟାକ୍ସ ଯୋଡ଼ିବା ପରେ ଏହାର ରେଟ୍ ମୂଳ ରେଟ୍ର ଦ୍ୱିଗୁଣା ହୋଇଯାଏ ।