fbpx

ସାଧାରଣ ଲୋକଙ୍କୁ ବଡ଼ ଝଟକା: ଆଜି ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ବଢ଼ିବା ଏବେ ସାଧାରଣ କଥା ହୋଇଗଲାଣି । ଗତ ୭ ଦିନ ଭିତରେ ୬ ଥର ବୃଦ୍ଧି ହେବା ପରେ ଏବେ ଏହାର ଦାମରେ ୪.୧୦ ଟଙ୍କା ବଢ଼ିଛି । ଆଜି ପୁଣି ଥରେ ଏହାର ଦାମ୍ ବଢ଼ିଛି । ସୂଚନା ଅନୁସାରେ, ସୋମବାର ସକାଳୁ ପେଟ୍ରୋଲ ଦର ୩୦ ପଇସା ଓ ଡିଜେଲ ଦରରେ ୩୫ ପଇସା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ମୂଲ୍ୟ ଆଜି ସକାଳ ୬ଟାରୁ ଲାଗୁ ହୋଇଛି ।

ତେବେ ଦିଲ୍ଲୀରେ ପେଟ୍ରୋଲ ରେଟ୍ ଲିଟର ପିଛା ୯୯.୪୧ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୯୦.୭୭ ଟଙ୍କା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୧୪.୧୯ ଟଙ୍କା ଓ ଡିଜେଲ ଦର ୯୮.୫୦ ଟଙ୍କା ହୋଇଛି ।

Get real time updates directly on you device, subscribe now.