ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀଗୁଡ଼ିକ ଆଜି (ଜୁଲାଇ ୧୬) ପାଇଁ ପେଟ୍ରୋଲ ଏବଂ ଡିଜେଲର ନୂଆ ରେଟ୍ ଜାରି କରିଛନ୍ତି । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସରକାର ଆଜି ମଧ୍ୟ ଛାଡ୍ ଜାରି ରଖିଛନ୍ତି । ଶେଷ ଥର ପାଇଁ ମେ ୨୧ ରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଥିଲେ । କେନ୍ଦ୍ରର ମୋଦୀ ସରକାର ମେ ୨୧ ରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲେ । ଏହା ପରେ ପେଟ୍ରୋଲ ୯.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଛି ।
ଏହାରି ମଧ୍ୟରେ ମହଙ୍ଗା ମାଡ଼ର ସମ୍ମୁଖୀନ ହେଉଥିବା ପଡୋଶୀ ଦେଶ ପାକିସ୍ତାନରେ ସରକାର ଜନସାଧାରଣଙ୍କୁ କିଛି ଆରାମ ଦେଇଛନ୍ତି । ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରାଯାଇଛି । ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୮.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୪୦.୫୪ ଟଙ୍କା ହ୍ରାସ କରିଛନ୍ତି । ପାକିସ୍ତାନରେ ଶାହାବାଜ ସରିଫଙ୍କ ସରକାର ଗଠନ ହେବା ପରଠାରୁ ପେଟ୍ରୋଲ ଏବଂ ଡିଜେଲକୁ ଚାରିଥର ଶସ୍ତା କରାଯାଇଛି ।
ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ‘ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇଛି । ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଡଲାରରୁ ତଳକୁ ଖସି ଆସିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।’ ଏହା ସହ ସେ ପୁଣି କହିଛନ୍ତି ଯେ, ଏବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆହୁରି ହ୍ରାସ ପାଇବ । ତେବେ ପାକିସ୍ତାନରେ ପେଟ୍ରୋଲର ନୂଆ ମୂଲ୍ୟ ଲିଟର ପିଛା ୨୩୦.୨୪ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୨୩୬ ଟଙ୍କା ହୋଇଛି ।
ଭାରତରେ ଆଜିର ରେଟ୍:-
-ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ୮୯.୬୨ ଟଙ୍କା ।
-ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୧୧.୩୫ ଟଙ୍କା ଏବଂ ଡିଜେଲ ୯୭.୨୮ ଟଙ୍କା ।
– ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଡିଜେଲ ୯୪.୨୪ ଟଙ୍କା ।
-କୋଲକାତା ଲିଟର ପିଛା ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ୯୨.୭୬ ଟଙ୍କା ।
– ନୋଏଡାରେ ଲିଟର ପିଛା ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଡିଜେଲ ୮୯.୯୬ ଟଙ୍କା ।
– ଲଖନଉରେ ଲିଟର ପିଛା ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଡିଜେଲ ୮୯.୭୬ ଟଙ୍କା ।
– ଜୟପୁରରେ ଲିଟର ପିଛା ପେଟ୍ରୋଲ ୧୦୮.୪୮ ଟଙ୍କା ଏବଂ ଡିଜେଲ ୯୩.୭୨ ଟଙ୍କା ।
– ତିରୁବନନ୍ତପୁରମରେ ଲିଟର ପିଛା ପେଟ୍ରୋଲ ୧୦୭.୭୧ ଟଙ୍କା ଏବଂ ଡିଜେଲ ୯୬.୫୨ ଟଙ୍କା ।
– ପୋର୍ଟ ବ୍ଲେୟାରରେ ଲିଟର ପିଛା ପେଟ୍ରୋଲ ୮୪.୧୦ ଟଙ୍କା ଏବଂ ଡିଜେଲ ୭୯.୭୪ ଟଙ୍କା ।
– ପାଟନାରେ ଲିଟର ପିଛା ପେଟ୍ରୋଲ ୧୦୭.୨୪ ଟଙ୍କା ଏବଂ ଡିଜେଲ ୯୪.୦୪ ଟଙ୍କା ।
– ଗୁରୁଗ୍ରାମରେ ଲିଟର ପିଛା ୯୭.୧୮ ଟଙ୍କା ଏବଂ ଡିଜେଲ ୯୦.୦୫ ଟଙ୍କା ।
– ବେଙ୍ଗାଲୁରୁରେ ଲିଟର ପିଛା ପେଟ୍ରୋଲ ୧୦୧.୯୪ ଟଙ୍କା ଏବଂ ଡିଜେଲ ୮୭.୮୯ ଟଙ୍କା ।
– ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ୧୦୩.୧୯ ଟଙ୍କା ଏବଂ ଡିଜେଲ ୯୪.୭୬ ଟଙ୍କା
– ଚଣ୍ଡିଗଡ଼ରେ ଲିଟର ପିଛା ପେଟ୍ରୋଲ ୯୬.୨୦ ଟଙ୍କା ଏବଂ ଡିଜେଲ ୮୪.୨୬ ଟଙ୍କା ।
– ହାଇଦ୍ରାବାଦରେ ଲିଟର ପିଛା ପେଟ୍ରୋଲ ୧୦୯.୬୬ ଟଙ୍କା ଏବଂ ଡିଜେଲ ୯୭.୮୨ ଟଙ୍କା ।