fbpx

ଆହୁରି ୫ ଟଙ୍କା କମ୍ ହେବ ପେଟ୍ରୋଲ-ଡିଜେଲ୍ ଦର! ୨ ବର୍ଷ ପରେ ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୨ ଟଙ୍କା ହ୍ରାସ ପାଇଛି । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ୨ ଟଙ୍କା କମ୍ ମୂଲ୍ୟରେ ପେଟ୍ରୋଲ-ଡିଜେଲ ଉପଲବ୍ଧ ହୋଇପାରିଛି । ଏହାପରେ ଆହୁରି ଶସ୍ତାରେ ପେଟ୍ରୋଲ ଡିଜେଲ ମିଳିପାରିବ ବୋଲି ଆଶା କରାଯାଉଛି । ଆଗକୁ ଲିଯର ପିଛା ଆହୁରି ୫ ଟଙ୍କା ତଳକୁ ଖସିପାରେ ତୈଳଦର । ଏ ନେଇ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ କିଛି ଦିନ ମଧ୍ୟରେ ବଡ଼ ଘୋଷଣା କରିପାରନ୍ତି ।

ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ରୁ ଖୁବଶୀଘ୍ର ମୁକ୍ତି ମିଳିବାକୁ ଯାଉଛି । ଖୁବଶୀଘ୍ର ଶସ୍ତାରେ ପେଟ୍ରୋଲ-ଡିଜେଲ ଶସ୍ତାରେ ପାଇପାରିବେ ଗ୍ରାହକ । ଆଗକୁ ଲିଟର ପିଛା ଆହୁରି ୩-୫ ଟଙ୍କା କମ୍ ମୂଲ୍ୟରେ ପେଟ୍ରୋଲ-ଡିଜେଲ ଉପଲବ୍ଧ ହୋଇପାରେ । ଏଚଡିଏଫସି ସିକ୍ୟୁରିଟିଜର କମୋଡିଟି କରେନ୍ସି ହେଡ୍ ଅନୁଜ ଗପ୍ତା କହିଛନ୍ତି ଯେ, ପେଟ୍ରୋଲିୟମ କମ୍ପାନୀ ତରପରୁ ପେଟ୍ରୋଲ-ଡିଜେଲ ଦର ହ୍ରାସ ହୋଇପାରେ । ଲିଟର ପିଛା ୩-୫ ଟଙ୍କା କମ୍ ହୋଇପାରେ ପେଟ୍ରୋଲ-ଡିଜେଲ ମୂଲ୍ୟ । ତେବେ ନିର୍ବାଚନ ପୂର୍ବରୁ ପେଟ୍ରୋଲ-ଡିଜେଲ ଦର ହ୍ରାସ ହୋଇପାରେ ବୋଲି ଅନେକ ଦିନରୁ ଅନୁମାନ କରାଯାଉଥିଲା ବୋଲି କହିଛନ୍ତି ଅନୁଜ । ଆଜି ୨ଟଙ୍କା ହ୍ରାସ କରାଇଛନ୍ତି କେନ୍ଦ୍ର ସରକାର । ତେଣୁ ଆଗକୁ ପେଟ୍ରୋଲିୟମ କମ୍ପାନୀ ଏହି ମୂଲ୍ୟରେ ୫-୭ ଟଙ୍କା ହ୍ରାସ ପରିବାର ଦେକିବାକୁ ମିଳିପାରେ ବୋଲି ଅନୁଜ ଆଶା ରଖିଛନ୍ତି ।

ସେହିପରି ଇଣ୍ଟରନେସନାଲ ମାର୍କେଟରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହୋଇଛି । ବ୍ରେଣ୍ଟ କ୍ରୁଡ ଅଏଲ ମୂଲ୍ୟରେ ୧.୩୯ ପ୍ରତିଶତ ବୃଦ୍ଧି ସହ ୮୫.୨୦ ଡଲାର ପ୍ରତି ବ୍ୟାରେଲରେ ପହଞ୍ଚିଛି । ତେବେ ଆମେରିକା କ୍ରୁଡ ଅଏଲ ମୂଲ୍ୟରେ ୧.୭୭ ପ୍ରତିଶତ ବୃଦ୍ଧି ହୋଇ ବ୍ୟାରେଲ ପିଛା ୮୧.୧୩ ଡଲାରରେ ବ୍ୟବସାୟ ହେଉଛି । ଚଳିତ ବର୍ଷ ବ୍ରେଣ୍ଟ କ୍ରୁଡ ଅଏଲର ମୂଲ୍ୟ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଆମେରିକାର ଅଶୋଧିତ ତୈଳ ମୂଲ୍ୟରେ ୧୩ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି ।

Get real time updates directly on you device, subscribe now.