fbpx

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଯାହାକୁ ଶୁଣି ଖୁସିରେ ନାଚି ଉଠିବେ ଆପଣ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମକୁ ନେଇ ଚିନ୍ତାରେ ଥିବା ଲୋକମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମକୁ ନେଇ ବଡ଼ ଘୋଷଣା କରିଛନ୍ତି, ଯାହାପରେ ପ୍ରତି ୧୫ ଦିନରେ ଅଶୋଧିତ ତୈଳ, ପେଟ୍ରୋଲ-ଡିଜେଲ, ବିମାନ ଇନ୍ଧନ ଉପରେ ଲାଗୁଥିବା ନୂଆ ଟ୍ୟାକ୍ସର ସମୀକ୍ଷା ହେବ । ଆନ୍ତର୍ଜାତୀୟ ମୂଲ୍ୟକୁ ଧ୍ୟାନରେ ରଖି ପ୍ରତି ଦୁଇ ଦିନରେ ଟ୍ୟାକ୍ସ ସମୀକ୍ଷା କରାଯିବ । ଏହା ସହିତ ଇନ୍ଧନ ମୂଲ୍ୟ ମଧ୍ୟ ସମୀକ୍ଷା କରାଯାଇପାରେ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଲୋଚନା ସମୟରେ କହିଛନ୍ତି ଯେ, ଏହା ଏକ କଷ୍ଟକର ସମୟ ଏବଂ ବିଶ୍ୱରେ ତୈଳ ମୂଲ୍ୟ ଲଗାମ ଛାଡ଼ ହୋଇଛି । ସେ କହିଛନ୍ତି ଯେ, ଆମେ ରପ୍ତାନିକୁ ନିରୁତ୍ସାହିତ କରିବାକୁ ଚାହୁଁନାହୁଁ କିନ୍ତୁ ଘରୋଇ ଭାବରେ ଏହାର ଉପଲବ୍ଧତା ବୃଦ୍ଧି କରିବାକୁ ଚାହୁଁଛୁ । ଯଦି ତୈଳ ଉପଲବ୍ଧ ନାହିଁ ଏବଂ ରପ୍ତାନି ଅପ୍ରତ୍ୟାଶିତ ଲାଭ ସହିତ ଜାରି ରହେ, ତେବେ ଏହାକୁ ଅତି କମରେ କିଛି ଭାଗରେ ନାଗରିକଙ୍କ ପାଇଁ ରଖିବାର ଆବଶ୍ୟକତା ଅଛି ।

ପେଟ୍ରୋଲ, ଡିଜେଲ ଏବଂ ଜେଟ ଇନ୍ଧନ ରପ୍ତାନି ଉପରେ ମଧ୍ୟ ଟ୍ୟାକ୍ସ ଲାଗୁ କରିବାକୁ ସରକାର ଘୋଷଣା କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ପେଟ୍ରୋଲ ଏବଂ ଏଟିଏଫ ରପ୍ତାନି ଉପରେ ଲିଟର ପିଛା ୬ ଟଙ୍କା ଏବଂ ଡିଜେଲ ରପ୍ତାନିରେ ଲିଟର ପିଛା ୧୩ ଟଙ୍କା ଲାଗୁ କରାଯାଇଛି । ଏହି ନୂତନ ନିୟମ ୧ ଜୁଲାଇରୁ ଲାଗୁ ହୋଇଛି ।

Get real time updates directly on you device, subscribe now.