fbpx

ଫାଇଜରର କୋଭିଡ୍ ନିରୋଧୀ ଟାବ୍ଲେଟ: ଏହି ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଳୀ: ଫାଇଜର କମ୍ପାନୀ ନିର୍ମିତ ପ୍ରଥମ କୋଭିଡ ନିରୋଧୀ ବଟିକା ପ୍ୟାକ୍ସଲୋଭିଡକୁ ଯୁକ୍ତରାଷ୍ଟ୍ର ଆମେରିକାର ହେଲଥ୍ ରେଗୁଲେଟର ସ୍ୱୀକୃତି ଦେଇଛି । ୧୨ ବର୍ଷରୁ ଅଧିକ ବୟସ୍କମାନେ ଏହି ବଟିକା ଖାଇପାରିବେ । ଦୁଇ ପ୍ରକାର ବଟିକାର ମିଶ୍ରଣରୁ ପ୍ରସ୍ତୁତ ପ୍ୟାକ୍ସଲୋଭିଡକୁ ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି ।

ତେବେ ଏହି ବଟିକା ଖାଇବା ଦ୍ୱାରା କରୋନା ଭାଇରସରେ ପୀଡିତ ବ୍ୟକ୍ତିମାନଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବା ପରିସ୍ଥିତି ଏବଂ ମୃତ୍ୟୁକୁ ପ୍ରାୟ ୮୮ ପ୍ରତିଶତ ହ୍ରାସ କରାଉଛି ବୋଲି ପରୀକ୍ଷାରୁ ଜଣାପଡିଛି । ତୁରନ୍ତ ଫାଇଜର ଏହି ବଟିକା ଉତ୍ପାଦନ ବୃଦ୍ଧି କରିବା ପାଇଁ ଆଇନ ପ୍ରଣୟନ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ।

ସେପଟେ ହ୍ୱାଇଟ୍ ହାଉସ୍ କୋଭିଡ ସଂଯୋଜକ ଜେଫ୍ ଜିଣ୍ଟସ୍ କହିଛନ୍ତି ଯେ, ଚିକିତ୍ସା ପାଇଁ ୧୦ ନିୟୁତ କୋର୍ସ ଖରିଦ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ୫.୩ ବିଲିୟନ ଡଲାର ବ୍ୟୟ କରିଛି । ଜାନୁଆରୀ ମାସରେ ପ୍ରଥମ ୨୬୫,୦୦୦ ବଟିକା ମିଳିଯିବ ବୋଲି ଆଶା କରାଯାଉଛି । ବାକି ବଟିକା ଗ୍ରୀଷ୍ମ ଋତୁରେ ମିଳିଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.