fbpx

ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ପିଜି ପ୍ରବେଶିକା ପରୀକ୍ଷା, ଚଳିତ ମାସ ୨୨ ରେ ମିଳିବ ଆଡମିଟ୍ କାର୍ଡ

Advertisement

ଭୁବନେଶ୍ୱର : ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୪) ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପିଜି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ । ଚଳିତ ମାସ ୨୨ ତାରିଖରେ ଆଡମିଟ୍ କାର୍ଡ ମିଳିବ । ଏସ୍ଏସ୍ବି ପକ୍ଷରୁ ଏହି ପ୍ରବେଶିକା ପରୀକ୍ଷା କରାଯିବ। ଚଳିତବର୍ଷ ୧୧୩ ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୮ହଜାର ୯୨୨ ସିଟ୍ରେ ନାମଲେଖା ହେବ ।

୬୩ ହଜାର ୧୮୪ ଜଣ ଆବେଦନ କରିଥିବା ବେଳେ ୬୨ ହଜାର ୫୪୪ ଜଣ ଅନ୍ଲାଇନ୍ ଫି ଦାଖଲ କରିଛନ୍ତି ।

ସୂଚନାଯୋଗ୍ୟ, ଚଳିତବର୍ଷ ପିଜି ନାମଲେଖା ଆବେଦନ ପାଇଁ ଛାତ୍ରଛାତ୍ରୀଙ୍କୁ ମାତ୍ର ୯ ଦିନ ସମୟ ଦିଆଯାଇଥିଲା । ଫଳରେ ସେମାନେ ଆବେଦନ କରିବାରେ ଅସୁବିଧା ଭୋଗିଥିଲେ । ସାଧାରଣ ନିର୍ବାଚନ ସାଙ୍ଗକୁ ସରକାରୀ କାର୍ଯ୍ୟାଳୟରୁ ଆବଶ୍ୟକ ପ୍ରମାଣପତ୍ର ପାଇବାରେ ବିଳମ୍ବ ହେଉଥିବାରୁ ଅନେକ ଛାତ୍ରଛାତ୍ରୀ ଆବେଦନରୁ ବଞ୍ଚିତ ହୋଇଥିଲେ । ତେଣୁ ଉଚ୍ଚ ଶିକ୍ଷା ବିଭାଗ ପୁନଃ ଆବେଦନ ପାଇଁ ସୁଯୋଗ ଦେବାକୁ ବାରମ୍ବାର ଦାବି ହୋଇଥିବାବେଳେ ଉଚ୍ଚ ଶିକ୍ଷା ବିଭାଗ କିନ୍ତୁ ଶୁଣି ନଥିଲା। ତେବେ ଅଧିକ ବିବରଣୀ ନିମନ୍ତେ ଇ-ନାମଲେଖା ହେଲ୍ପଲାଇନ(ଟୋଲ ଫ୍ରି) ନମ୍ବର ୧୫୫୩୩୫/ ୧୮୦୦୩୪୪୬୭୭୦କୁ ଯୋଗାଯୋଗ କରିବାକୁ କୁହାଯାଇଛି।

Get real time updates directly on you device, subscribe now.