fbpx

ପିଜିଟି ଲିଖିତ ପରୀକ୍ଷା ବାତିଲ, ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ କଲେ ଓପିଏସସି ସମ୍ପାଦକ

ଭୁବନେଶ୍ୱର: ଆଜି ଅର୍ଥାତ ଅକ୍ଟୋବର ୬ରେ ହୋଇଥିବା ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ଲିଖିତ ପରୀକ୍ଷା ବାତିଲ କରାଯାଇଛି । ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍ କରିଛନ୍ତି ଓପିଏସସି ସଂପାଦକ । ପିଜିଟି ଫିଜିକ୍ସ, ଗଣିତ ଓ ଓଡ଼ିଆ ବିଷୟର ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଯେଉଁ ବିଷୟର ପରୀକ୍ଷା ଗୁଡିକ ବାତିଲ କରାଗଲା ସେହି ପରୀକ୍ଷା ତାରିଖ ନେଇ ପୁଣି ବିଜ୍ଞପ୍ତି ବାହାରିବ । ଏହି ପରୀକ୍ଷାକୁ ନେଇ ଆଗକୁ ପ୍ରାର୍ଥୀଙ୍କୁ ସୂଚିତ କରାଯିବ । ତେବେ ଫିଜିକ୍ସ, ଗଣିତ ଓ ଓଡ଼ିଆ ବିଷୟର ପରୀକ୍ଷା ବାତିଲ ହୋଇଥିଲେ ମଧ୍ୟ ଅନ୍ୟ ଅପ୍ସନାଲ ବିଷୟ ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ହେବ। ତେଣୁ ପ୍ରାର୍ଥୀମାନେ ନିୟମିତ ଭାବେ ୱେବସାଇଟ୍ ଚେକ କରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.