fbpx

ଦିବ୍ୟାଙ୍ଗଙ୍କୁ ଜାତୀୟ ଛାତ୍ରବୃତ୍ତି ପ୍ରଦାନ କରିବ UGC, ମାର୍ଚ୍ଚ ୩୧ ମଧ୍ୟରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଛାତ୍ରବୃତ୍ତି ପାଇଁ ଆବେଦନ କରିବା ପାଇଁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ମାସ ୩୧ ତରିଖ ସୁଦ୍ଧା ଛାତ୍ରଛାତ୍ରମାନେ ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ ସ୍କଲାରସିପ (ଏନଏଫପିଡବ୍ଲ୍ୟୁଡି) ପାଇଁ ଅନଲାଇନରେ ଆବେଦନ କରିପାରିବେ ।

ତେବେ ସାମାଜିକ ନ୍ୟାୟିକ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନରେ ୟୁଜିସି ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଏହି ସ୍କଲାରସିପ୍ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନେ ଏହି ସ୍କିମ ବିଷୟରେ ଜାଣିବା ପାଇଁ ୟୁଜିସି ୱେବସାଇଟ www.ugc.ac.inକୁ ଯାଇ ସବିଶେଷ ତଥ୍ୟ ଜାଣିପାରିବେ ।

Get real time updates directly on you device, subscribe now.