fbpx

ହଠାତ୍ ଜୋରରେ ପବନ ହେତୁ ବୁଡିଗଲା ମୋଟର ଡଙ୍ଗା, ୩୦ ମୃତ

ନୂଆଦିଲ୍ଲୀ: ଫିଲିପାଇନ୍ସର ରାଜଧାନୀ ମନୀଲାରର ରିଜାଲ ପ୍ରାନ୍ତରେ ଥିବା ଏକ ହ୍ରଦରେ ଡଙ୍ଗାବୁଡି ଯିବା ଖବର ସାମ୍ନାକୁ ଆସିଛି । ଏଥିରେ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଫିଲିପିନ ତଟରକ୍ଷୀ ବାହିନୀ (ପିସିଜି) ଏବଂ ପୋଲିସର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି ।

ପିସିଜି ମୁଖପାତ୍ର ରିୟର ଆଡମିରାଲ ଆର୍ମାଣ୍ଡୋ ବାଲିଲୋ ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି ଯେ, ସ୍ଥାନୀୟ ସମୟ ପ୍ରାୟ ୧ଟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି।ବିନଙ୍ଗୋନାନ ସହରଠାରୁ ପ୍ରାୟ ୪୫ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ପ୍ରାରମ୍ଭରେ ପିସିଜି କହିଛି ଯେ, ଏହି ଡଙ୍ଗାଟି ବିନଙ୍ଗୋନାନ ସହରରୁ ଫିଲିପାଇନ୍ସର ସବୁଠାରୁ ବଡ ହ୍ରଦ ଲାଗୁନା ଡି ବାଇରେ ଥିବା ତାଲିମ ଦ୍ୱୀପକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ପିସିଜି କହିଛି ଯେ, ପ୍ରବଳ ପବନ ଯୋଗୁ ମୋଟର ବୋଟକୁ ଦୋହଲାଇ ଦେଇଥିଲା ଏବଂ ଡଙ୍ଗାରେ ଥିବା ଲୋକମାନେ ଏହାକୁ ଦେଖି ଆତଙ୍କିତ ହୋଇପଡିଥିଲେ। ତେବେ ଏହି ପବନର ବେଗ ଏତେ ଥିଲା ଯେ, ଶେଷରେ ଡଙ୍ଗାକୁ ବୁଡ଼ାଇଦେଇଥିଲା। ରିଜାଲ ପ୍ରାଦେଶିକ ପୋଲିସ ନିଶ୍ଚିତ କରିଛି ଯେ, ଡଙ୍ଗା ବୁଡିଯିବା ଫଳରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪୦ ଜଣ ଏହି ଦୁର୍ଘଟଣାରୁ ବଞ୍ଚିଛନ୍ତି।

Get real time updates directly on you device, subscribe now.