fbpx

ଫେବୃୟାରୀ ୨୧ରେ ଲଞ୍ଚ ହେବ ଫୋନ୍ ପେ’ର ଇଣ୍ଡସ୍ ଆପ୍‌ଷ୍ଟୋର, ଗୁଗଲ ପ୍ଲେ ଷ୍ଟୋରକୁ ଦେବ ଚ୍ୟାଲେଞ୍ଜ

Advertisement

ନୂଆଦିଲ୍ଲୀ: ୱାଲମାର୍ଟ ମାଲିକାନା ବିଶିଷ୍ଟ ଫୋନ୍‌ପେ’ ଏବେ ଗୁଗଲ ପ୍ଲେ ଷ୍ଟାରକୁ ଚ୍ୟାଲେଞ୍ଜ କରିବା ପାଇଁ ଏହାର ନିଜସ୍ୱ ମୋବାଇଲ୍ ଆପ୍ ଷ୍ଟୋର ଲଞ୍ଚ କରିବାକୁ ଯାଉଛି । ଆସନ୍ତା ଫେବୃୟାରୀ ୨୧ରେ ଫୋନ୍ ପେ’ ଏହାର ମୋବାଇଲ୍ ଆପ୍ ଷ୍ଟୋର ଇଣ୍ଡସ୍ ଆପ୍ ଷ୍ଟୋର ଲଞ୍ଚ କରିବାକୁ ଯାଉଛି । ତେବେ ଏହି ଡିଜିଟାଲ ପେମେଣ୍ଟ ଫାର୍ମ ଏହାର ଆଣ୍ଡ୍ରଏଡ୍ ଡେଭଲପରମାନଙ୍କ ଲାଗି ଏହାର ଆପ୍ ମାର୍କେଟପ୍ଲେସ୍ ଖୋଲିବାର ୪ ମାସ ପରେ ଏ ବିଷୟରେ ଘୋଷଣା କରିଛି ଓ ସେମାନଙ୍କୁ ନିଜ ପ୍ଲାଟଫର୍ମରେ ସେମାନଙ୍କ ଆପ୍ ପ୍ରକାଶ କରିବାକୁ ଆମନ୍ତ୍ରଣ କରିଛି । ଏହାପରଠାରୁ କମ୍ପାନୀର ୱେବସାଇଟରେ ଫ୍ଲିପକାର୍ଟ, ଡୋମିନୋ ପିଜା, ସ୍ନାପଡିଲ୍‌, ଜିଓମାର୍ଟ , ବାଜାଜଫିନ୍ସର୍ଭ ପରି ଆପ୍ ରହିଛି । ତେବେ ନଭେମ୍ବର ୨୦୨୩ରେ ଇଣ୍ଡସ ଆପ୍ ଷ୍ଟୋର ବିଶିଷ୍ଟ ରିଅଲ୍ ମନି ଗେମ୍ ଡେଭଲପର ଡ୍ରିମ୍ ୧୧, ନାଜାରା ଟେକ୍ନୋଲଜି, ଗେମସ୍କ୍ରାଫ୍ଟ,ମୋବାଇଲ୍ ପ୍ରିମିୟର ଲିଗ୍‌ର ଆପ୍ ଅନ୍ତର୍ଭୁକ୍ତ କରିବା ଲାଗି ଏକ ଟାଇ ଅପ୍ ଘୋଷଣା କରିଥିଲା ।

ତେବେ ଇଣ୍ଡସ୍ ଆପ୍ ଷ୍ଟୋର ଏହାର ଆଣ୍ଡ୍ରଏଡ୍ ଡେଭଲପରମାନଙ୍କୁ ଇଂରାଜୀ ବ୍ୟତିତ ୧୨ ପ୍ରକାର ଭାରତୀୟ ଭାଷାରେ ସେମାନଙ୍କ ଆପ୍ ପ୍ରକାଶ କରିବାକୁ ଅନୁମତି ଦେଇଥାଏ । ଏହା ସହିତ ସେହି ସମସ୍ତ ଭାଷାରେ ସମ୍ବାଦ ଓ ଭିଡିଓ ମଧ୍ୟ ଅପଲୋଡ୍ କରିବାକୁ ଅନୁମତି ଦେଇଥାଏ । ସବୁଠାରୁ ବଡ କଥା ହେଉଛି ଏହି ଆପ୍ ମାର୍କେଟପ୍ଲେସ୍ କୌଣସି ଫି’ ଚାର୍ଜ କରି ନ ଥାଏ ଯେତେବେଳେ କି ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ପ୍ଲେ ଷ୍ଟୋର ପକ୍ଷରୁ ୧୫ରୁ ୩୦% ପର୍ଯ୍ୟନ୍ତ ଫି’ ଆଦାୟ କରାଯାଉଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଫୋନ୍ ପେ’ର ଓଇଏମ୍‌(ଅରିଜିନାଲ୍ ଇକ୍ୱିପେମେଣ୍ଟ ମାନୁଫାକଚର) ଯେପରିକି ନୋକିଆ ଓ ଲାଭା ସହିତ ମଧ୍ୟ ପାର୍ଟନରସିପ ରହିଛି । ଏହି ଆପ୍ ଇଣ୍ଡସ ଆପଷ୍ଟୋର ୱେବସାଇଟରେ ଉପଲବ୍ଧ ରହିଛି ଏବଂ ଗ୍ରାହକ ଏହାକୁ ନିଜ ସ୍ମାର୍ଟଫୋନ୍‌ରେ ସେଠାରୁ ଡାଉନଲୋଡ୍ କିମ୍ବା ସାଇଡଲୋଡ୍ କରିପାରିବ । ତେବେ ଫୋନ୍ ପେ’ର ଇଣ୍ଡସ ଆପ୍ ଷ୍ଟୋର ସେହି ସମୟରେ ଲଞ୍ଚ ହେଉଛି ଯେତେବେଳେ ଗୁଗଲ ଏହାର ବିଜନେସ୍ ପ୍ରାକ୍ଟିସକୁ ନେଇ ନିୟମିତ ଯାଞ୍ଚର ସମ୍ମୁଖୀନ ହେଉଛି ।

Get real time updates directly on you device, subscribe now.