fbpx

ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଦୃଶ୍ୟ, ଘୂରିବୁଲିଲା ରତ୍ନସିଂହାସନରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ!

ପୁରୀ(ଓଡିଶା ଭାସ୍କର): ଅନେକ କଟକଣା ପରେ ପୁଣି ଭାଇରାଲ୍ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ । ରତ୍ନସିଂହାସନରୁ ଦିଅଁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଫଟୋ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୀମନ୍ଦିର ଗର୍ଭଗୃହର ଫଟୋ କିପରି ବାହାରକୁ ଆସିଲା, ସେନେଇ ଚର୍ଚ୍ଚା ଚାଲିଛି । ରତ୍ନସିଂହାସନରେ ବିରାଜିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଫଟୋଚିତ୍ର ଫେସବୁକରେ ଭାଇରାଲ ହେଉଥିବା ଜଣାପଡିଛି ।

ଅନ୍ୟପଟେ ଭାଇରାଲ ହୋଇଥିବା ଫଟୋଟି ଅସଲି କି ନକଲି ବୋଲି ଜାଣିବାକୁ ତଦନ୍ତ ଆରମ୍ଭ ହୋଇସାରିଛି । ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ଅରଜିତ ଚନ୍ଦ୍ର ନିଜ ଫେସବୁକ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ସେଥିରେ ଜଣେ ବରିଷ୍ଠ ସେବାୟତଙ୍କୁ ମଧ୍ୟ ସେ ଟ୍ୟାଗ କରିଛନ୍ତି । ୨୫ ତାରିଖରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନ ନଜରକୁ ଆସିଥିଲା । ଘଟଣାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ଏତଲା କ୍ରମେ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.