ଫଟୋ ଉଠାଇ ବିବାଦରେ ପିସିସି ସଭାପତି, ଲିଙ୍ଗରାଜ ମନ୍ଦିର ଭିତରେ ଉଠାଇଥିବା ଫଟୋ ଏବେ ଭାଇରାଲ

ଭୁୁବନେଶ୍ୱର: ଫଟୋ ଉଠାଇ ବିବାଦ ଭିତରକୁ ଠେଲି ହୋଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇଥିବା ଜଣାପଡିଛି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜର ସମର୍ଥକଙ୍କ ସହ ପିସିସି ସଭାପତି ଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇଛନ୍ତି ।

କଟକଣା ପରେ ମଧ୍ୟ ମନ୍ଦିର ଭିତରେ ଫଟୋ ଉଠାଇଛନ୍ତି । ତେବେ ଫଟୋ ଉଠାଇବା ତ’ ଦୂରର କଥା, ଲିଙ୍ଗରାଜ ମନ୍ଦିର ଭିତରକୁ ମୋବାଇଲ ନେବା ବାରଣ ହୋଇଛି । କିନ୍ତୁ ପିସିସି ସଭାପତି ଏହି ନିୟମ ଉଲଙ୍ଘନ କରି ମନ୍ଦିର ଭିତରେ ନିଜ ସମର୍ଥକଙ୍କ ସହ ଫଟୋ ଉଠାଇବାକୁ ନେଇ ବିବାଦ ଉପୁଜିଛି । ମନ୍ଦିର ଭିତରେ କିଏ ଫଟୋ ଉଠାଇଲା, ତାକୁ ନେଇ ପ୍ରଶ୍ନ ଉଠିଛି ।