fbpx

ପାନ୍ ଅପଡେଟ୍ ନକଲେ ବନ୍ଦ ହୋଇଯିବ SBI ଆକାଉଣ୍ଟ! ଗ୍ରାହକଙ୍କୁ ବଡ଼ ସୂଚନା ଦେଲେ ସରକାର

Advertisement

ନୂଆଦିଲ୍ଲୀ: ଦେଶରେ ଡିଜିଟାଲାଇଜେସନର ବଢ଼ୁଥିବା ବେଳେ ସାଇବର ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହା ବ୍ୟତୀତ ମିଥ୍ୟା ଖବର ମଧ୍ୟ ଖୁବ୍ ପ୍ରସାରିତ ହେଉଛି । ଆଜିକାଲି ମୋବାଇଲ୍ କିମ୍ବା ଇ-ମେଲରେ ଏହିପରି ଅନେକ ଲିଙ୍କ୍ ଏବଂ ଖବର ଆସୁଛିି, ଯାହା ବିଷୟରେ ଆପଣଙ୍କୁ ଅପଡେଟ୍ ରହିବାକୁ ପଡିବ । ଅନେକ ଥର ଆପଣ ନଜାଣି ଭୁଲ ଲିଙ୍କରେ କ୍ଲିକ୍ କରିଦିଅନ୍ତି, ଯାହାଫଳରେ ଆପଣଙ୍କୁ ଠକିଦିଅନ୍ତି ସାଇବର ଲୁଟେରା ।

ଲୋକଙ୍କୁ ସଚେତନ କରିବା ପାଇଁ ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ଫ୍ୟାକ୍ଟ ଚେକ୍ ଟ୍ୱିଟର ହ୍ୟାଣ୍ଡେଲ ପରିଚାଳିତ ହେଉଛି, ଯେଉଁଥିରେ ଲିଙ୍କଗୁଡ଼ିକର ଯାଞ୍ଚ କରାଯାଏ ଓ ତାର ସତ୍ୟତା କୁହାଯାଇଥାଏ । ଗତ କିଛି ଦିନ ହେବ ଲୋକଙ୍କୁ ଏସବିଆଇ ନାମରେ ମେସେଜ ଆସିବାର କଥା କହୁଛନ୍ତି । ଏହି ମେସେଜରେ ଆକାଉଣ୍ଟଧାରୀଙ୍କୁ ପାନ୍ ନମ୍ବର ଅପଡେଟ୍ କରିବାକୁ କୁହାଯାଉଛି ।

ପିଆଇବି ଫ୍ୟାକ୍ଟ ଚେକ ପକ୍ଷରୁ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଲୋକଙ୍କୁ କୁହାଯାଇଥିଲା ଯେ, ଏସବିଆଇ ନାମରେ ଗ୍ରାହକଙ୍କୁ ପଠାଯାଉଥିବା ମେସେଜରେ ପାନ ଅପଡେଟ୍ କରିବାକୁ କୁହାଯାଉଛି । ମେସେଜରେ କୁହାଯାଇଛି ଯେ, ଯଦି ପାନ୍ ଅପଡେଟ୍ ନହୁଏ, ତେବେ ଆକାଉଣ୍ଟକୁ ବ୍ଲକ ହୋଇଯିବ । ତେବେ ଏପରି ଇ-ମେଲ ଏବଂ ଏସଏମଏସର ରିପ୍ଲାଏ ଦିଅନ୍ତୁ ନାହିଁ । ଏଠାରେ ବ୍ୟାଙ୍କ ଗ୍ରାହକଙ୍କୁ ସଚେତନ କରାଇବାବେଳେ କୁହାଯାଇଛି କି, ବ୍ୟାଙ୍କ ଆପଣଙ୍କ ବ୍ୟକ୍ତିଗତ ଏବଂ ବ୍ୟାଙ୍କିଙ୍ଗ ବିବରଣୀ ଏସଏମଏସରେ କେବେବି ମାଗିବ ନାହିଁ ।

Get real time updates directly on you device, subscribe now.