fbpx

ଟ୍ରକ ସହ ଧକ୍କା ହେଲା ପିକଅପ୍‌; ଦୁଇ ମୃତ, ଗୁରୁତର ଡ୍ରାଇଭର ମେଡିକାଲରେ ଭର୍ତ୍ତି

ଆସିକା: ହିଞ୍ଜିଳି ଥାନା ପିତ୍ତଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଓଭରଟେକ୍ କରିବାକୁ ଯାଇ ଟ୍ରକ ସହ ଧକ୍କା ହୋଇଥିଲା ପିକଅପ୍ । ଦୁର୍ଘଟଣାରେ ଯୋଗୁ ପିକଅପରେ ଥିବା ଦୁଇ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଡ୍ରାଇଭର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ତେବେ ୨ ଜଣ ମୃତକ ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗାଁର ସୁମନ୍ତ ଗନ୍ତାୟତ ଏବଂ ଅଜିତ ବାଡ଼ତ୍ୟା ବୋଲି ସୂତ୍ରରୁ ପ୍ରକାଶ । କହିରଖୁଛୁ ପରିବା ବୋଝେଇ ପିକଅପ୍ ଭ୍ୟାନ୍ ଭଣ୍ଡାରୀବସାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା ।

Get real time updates directly on you device, subscribe now.