ଦୁବାଇ: ଆଉ କିଛି ସମୟ ପରେ ଭାରତ ପାକିସ୍ତାନ ମ୍ୟାଚ ଖେଳାଯିବା ଏହା ଆଗରୁ ପିଚର ରିପୋର୍ଟ ଓ ପାଣିପାଗ କିପରି ରହିବ ସେ ନେଇ ଆଲୋଚନା ହେଉଛିା
ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିଅମରେ ଖେଳାଯିବା ଏହା ଆଗରୁ ଆଞ୍ଚଳିକ ପାଣିପାଗ ବିଭାଗ,ପାଗ ଅନୁକୁଳ ରହିବ କି ନାଇଁ ସେ ବାବଦରେ ସୂଚନା ପ୍ରଦାନ କରିଛନ୍ତି ।
ଭାରତୀୟ ସମୟ ସନ୍ଧ୍ୟା ୮ ବେଳକୁ ଖେଳ ଆରମ୍ଭ ହେବାକୁ ଥିବା ବେଳେ ତାପମାତ୍ରା ୩୭ରୁ ୪୦ ଡିଗ୍ରୀ ଭିତରେ ରହିବ ବୋଲି ଅନୁମାନ କରାଯାଉଛିା ବର୍ଷା ହେବାର କୌଣସି ସମ୍ଭାବନା ନଥିବାରୁ ପାଗ ହାଇଭୋଲଟେଜ ମ୍ୟାଚରେ ବାଧକ ସାଜିବ ନାହିାଁ
ସୂଚନାମୁତାବକ ବର୍ଷା କାରଣରୁ ଭାରତ ପାକିସ୍ତାନ ମଧ୍ୟରେ ଆଗରୁ ୩ଟି ମ୍ୟାଚ ବନ୍ଦ ହୋଇଛି । ମାତ୍ର ଆଜିର ପାଗ ଅନୁକୂଳ ରହିଥିବାରୁ ଏପରି ପରିସ୍ଥିତି ଉପୁଜିବ ନାହିଁ ବୋଲି ଆଶା କରାଯାଉଛି ।
ପିଚ ରିପୋର୍ଟ: ଯଦି ପିଚ କଥା ବିଚାର କରିବା ପିଚ ଡ୍ରାଏ ରହୁଥିବା କାରଣରୁ ଅଧିକ ରନ କରିବା ଦୁଇ ଦଳ ପକ୍ଷେ ସମ୍ଭବ ହେବ ନାହିାଁ ପ୍ରାୟ ୧୭୦ ରୁ ୧୮୦ ରନ ପ୍ରଥମ ବ୍ୟାଟିଙ୍ଗରୁ ଆସିବ ବୋଲି ଅନୁମାନ କରାଯାଉଛିା
ଠିକ ସେହିପରି ପିଚରେ ଆରମ୍ଭରୁ ଖେଳିବା କାଠିକର ହୋଇପାରୋ ଦ୍ୱିତୀୟ ଇନିଙ୍ଗସରେ ଲମ୍ବା ସଟ୍ ମାରିବା ବ୍ୟାଟ୍ସମ୍ୟାନ ପାଇଁ ସହଜ ହେବ ବୋଲି କୁହାଯାଉଛିା ଏଣୁ ଟସ ଜିତିବା ଦୁହିଁ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ରହିବ ।