fbpx
BSKY SKY
BSKY SKY

କାଲିଠାରୁ ଆରମ୍ଭ ହେବାକୁ ଯାଉଛି ପିତୃପକ୍ଷ, ଜାଣନ୍ତୁ ପୂର୍ବଜଙ୍କୁ ପ୍ରସନ୍ନ କରିବାକୁ କ’ଣ କରିବା ଓ ନ କରିବା ଉଚିତ

BSKY

ନୂଆଦିଲ୍ଲୀ:ପିତୃପକ୍ଷ ଅର୍ଥାତ୍ ଶ୍ରାଦ୍ଧପକ୍ଷ ଭାଦ୍ରବ ମାସ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ପିତୃମୋକ୍ଷମ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ । ୨୯ ସେପ୍ଟେମ୍ବର ଅର୍ଥାତ୍ କାଲିଠାରୁ ଏହି ପିତୃପକ୍ଷ ଆରମ୍ଭ ହେଉଛି ଯାହା ୧୪ ଅକ୍ଟୋବରରେ ଶେଷ ହେବ । ଏହି ପିତୃପକ୍ଷରେ ନିଜର ପୂର୍ବଜଙ୍କୁ ମନେ ପକାଇ ସେମାନଙ୍କ ଆତ୍ମାର ଶାନ୍ତି ଲାଗି ଶ୍ରାଦ୍ଧ କରାଯାଇଥାଏ । ଦେଶର ପ୍ରମୁଖ ସ୍ଥାନ ଯେପରିକି ହରିଦ୍ୱାର, ଗୟା ଆଦି ସ୍ଥାନକୁ ଯାଇ ପିଣ୍ଡଦାନ କରିବା ଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି ।

ଯେଉଁମାନେ ଶ୍ରାଦ୍ଧ କର୍ମ କରନ୍ତି ସେମାନେ ଏହିଦିନ କେଶ ଓ ନଖ କାଟିବା ଉଚିତ ନୁହେଁ । ସେମାନେ ଏହି ସମୟରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ । ଶ୍ରାଦ୍ଧ କର୍ମ ସର୍ବଦା ଦିନରେ ହିଁ କରନ୍ତୁ । ସୂର୍ଯ୍ୟାସ୍ତ ପରେ ଶ୍ରାଦ୍ଧ କରିବା ଅଶୁଭ ମନେ କରାଯାଏ । ଏହି ସମୟରେ ଲାଉ,କାକୁଡି, ଚଣା, ସୋରିଷ ସାଗ ଆଦି ଖାଇବା ଅନୁଚିତ । ପଶୁ ପକ୍ଷୀ କିମ୍ବା କୌଣସି ବି ପ୍ରକାର ଜୀବଜନ୍ତୁଙ୍କୁ କଷ୍ଟ ଦେବା ଅନୁଚିତ ।

ଏହାସହିତ ପିତୃପକ୍ଷରେ କୌଣସି ପଶୁ କିମ୍ବା ପକ୍ଷୀ ଆପଣଙ୍କ ଘରକୁ ଆସିଲେ ତାକୁ ନିଶ୍ଚିତ ଭାବରେ ଖାଇବାକୁ ଦିଅନ୍ତୁ । ମାନ୍ୟତା ରହିଛି ପୂର୍ବପୁରୁଷ ଏହି ରୂପରେ ଆପଣଙ୍କୁ ଭେଟିବାକୁ ଆସିଥାନ୍ତି । ପିତୃପକ୍ଷରେ ପତ୍ରରେ ଭୋଜନ କରନ୍ତୁ ଓ ବ୍ରାହ୍ମଣଙ୍କୁ ବି ପତ୍ରରେ ଭୋଜନ କରାନ୍ତୁ । ଏହା ବହୁତ ଫଳଦାୟୀ ହୋଇଥାଏ ।

Get real time updates directly on you device, subscribe now.