ଅଟୋ କମ୍ପାନୀଗୁଡ଼ିକୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀଙ୍କ ପରାମର୍ଶ, କହିଲେ- ‘ବିକ୍ରି ବଢାଇବା ପାଇଁ କମ୍ କରନ୍ତୁ ଗାଡ଼ି ମୂଲ୍ୟ’

ନୂଆଦିଲ୍ଲୀ: ଅଟୋ ସେକ୍ଟରରେ ସ୍ଲୋଡାଉନକୁ ଦେଖି ଅଟୋମୋବାଇଲ କମ୍ପାନୀଗୁଡିକ ଆଗାମୀ ଦିନରେ ନିଜ ଗାଡ଼ିମାନଙ୍କର ମୂଲ୍ୟ ହ୍ରାସ କରିପାରିପାରନ୍ତି । କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏହି କମ୍ପାନୀଗୁଡ଼ିକରେ ଆସିଥିବା କାର ସେଲ୍ସରେ ହ୍ରାସ ଏବଂ ସ୍ଲୋଡାଉନରୁ ବର୍ତ୍ତିବା ପାଇଁ ଗାଡ଼ିମାନଙ୍କ ମୂଲ୍ୟରେ ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି ।

ପୀୟୁଷ ଗୋୟଲ ଏକ ସମ୍ମିଳନୀରେ କହିଛନ୍ତି ଯେ, ଅଟୋ ଇଣ୍ଡଷ୍ଟ୍ରୀ ହାଇ ମାର୍ଜିନରେ ଅଛି ଏବଂ ଘରୋଇ ଅଟୋ ମାର୍କେଟର ଗ୍ରୋଥକୁ ପ୍ରୋତ୍ସାହିତ କରିବା ଲାଗି ଏହି କମ୍ପାନୀଗୁଡିକ ନିଜ ଗାଡ଼ିମାନଙ୍କର ମୂଲ୍ୟରେ ହ୍ରାସ କରିବା ଆବଶ୍ୟକ । ପୀୟୁଷ ଗୋୟଲ କହିଛନ୍ତି ଯେ, ଷ୍ଟକ ଏକ୍ସଚେଞ୍ଜରେ ଯେଉଁ ଅଟୋ କମ୍ପାନୀ ତାଲିକା ହୋଇଛି, ସେ ୨୫ ବର୍ଷ ପୂର୍ବେ ୨୦୦ ମିଲିୟନ ଡଲାରର ନିବେଶ କରିଥିଲେ ଏବଂ ଏହି ନିବେଶରେ କମ୍ପାନୀ ଏହି ଅବଦ୍ଧି ସମୟରେ ଆଶ୍ଚର୍ଯ୍ୟଜନକ ରିଟର୍ଣ୍ଣ ପ୍ରସ୍ତୁତ କରିଛି ।

ପୀୟୁଷ ଗୋୟଲ କହିଛନ୍ତି ଯେ, ଭାରତରେ କାରଗୁଡିକର ଜବରଦସ୍ତ ଡିମାଣ୍ଡ ରହିଛି । ଏଥିସହ କାରଗୁଡିକର ସଠିକ ମୂଲ୍ୟ ରଖିବା ଲାଗି ଏହି କମ୍ପାନୀଗୁଡିକକୁ ହିଁ ଫାଇଦା ମିଳିବ । ମାରୁତି ସୁଜୁକିର ଚେୟାରମ୍ୟାନ ଆର ସି ଭାର୍ଗବ ୧୦ ଲକ୍ଷ ଟଙ୍କାରୁ କମ ମୂଲ୍ୟର କାରଗୁଡିକର ସେଲ୍ସରେ ହ୍ରାସ ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ, ଏହି ସେଗମେଣ୍ଟର କାରଗୁଡିକର ଚାହିଦା ବଜାରରେ ହ୍ରାସ ପାଉଛି ।