fbpx

ଘରର ମୁଖ୍ୟ ଦ୍ୱାରରେ ରଖନ୍ତୁ ଏହି ସବୁ ଜିନିଷ: ମିଳିବ ଅତ୍ୟନ୍ତ ଶୁଭଫଳ

ଓଡ଼ିଶା ଭାଷ୍କର: ଘରର ମୁଖ୍ୟ ଦ୍ୱାର ଦେଇ ଘରକୁ ସୁଖ ସମୃଦ୍ଧି ଆସିଥାଏ । ତେଣୁ ଘରର ମୁଖ୍ୟ ଦ୍ୱାରକୁ ଆଗମନର ମାର୍ଗ ବୋଲି କୁହାଯାଏ । ଘରର ମୁଖ୍ୟବ ଦ୍ୱାରରେ କେବେ ବି ପାରକୁ କଚାଡିବା ଆଦୌ ଉଚିତ ନୁହେଁ । ନିଜର ମଇଳା ପାଦକୁ କିମ୍ବା ଜୋତାକୁ ଘରର ମୁଖ୍ୟ ଦ୍ୱାର ପାଖରେ ରଗଡ଼ି ସଫା କରିବା ଅନୁଚିତ ଅଟେ । ଏହା ବ୍ୟତୀତ ମୁଖ୍ୟ ଦ୍ୱାର ଉପରେ ଠିଆ ହୋଇ କାହାର ପାଦ ଛୁଇଁ ପ୍ରଣାମ କରିବା ବି ଭୁଲ । ଏହା ଛଡା ଘରର ମୁଖ୍ୟଦ୍ୱାରକୁ ନେଇ ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ରହିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ନିୟମ….

୧. ଘରର ମୁଖ୍ୟଦ୍ୱାରରେ ପାଣିଭରା ପାତ୍ରରେ ଫୁଲ ସଜାଇ ରଖିବା ଉଚିତ । ଏହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

୨. ମୁକ୍ୟଦ୍ୱାରର ଡାହାଣ ପାଶ୍ୱର୍ ଏବଂ ବାମ ପାଶ୍ୱର୍ରେ ଲକ୍ଷ୍ମୀପାଦ ଅଙ୍କନ କରନ୍ତୁ ଯାହାଫଳରେ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇବ ।

୩. ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନକୁ ଅଙ୍କନ କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତ ହୁଏ । ହଳଦୀ ଓ କୁଙ୍କୁମ ଦ୍ୱାରା ସ୍ୱସ୍ତିକ ଚିହ୍ନ ଅଙ୍କନ କରନ୍ତୁ । ଏହାପରେ ହଳଦୀ ଓ କୁଙ୍କୁମ ମିଶାଇ ଆଳତି କରନ୍ତୁ ।

୪. ପର୍ବପର୍ବାଣୀ ହେଉ କିମ୍ବା କୌଣସି ବିଶେଷ ପୂଜା ପର୍ବ ହେଉ, ଠାକୁର ପୂଜା କରି ସାରିବା ପରେ ଦ୍ୱାରବନ୍ଧକୁ ମଧ୍ୟ ପୂଜା କରନ୍ତୁ । ଦ୍ୱାରବନ୍ଧର ଦୁଇ ପାଶ୍ୱର୍ରେ ଚାଉଳ, ପାନ ଓ ରକ୍ଷାସୂତ୍ର ରଖି ପୂଜା କରିବା ଦ୍ୱାରା ଧନଳାଭ ହୋଇଥାଏ ।

Get real time updates directly on you device, subscribe now.