fbpx

(Video) ଟ୍ରେନିଂ ସମୟରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୨ ମୃତ

ନୂଆଦିଲ୍ଲୀ: କଲମ୍ବିଆର ଭିଲାଭିକେନ୍ସିଓରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ଟ୍ରେନିଂ ସମୟରେ କଲମ୍ବିଆର ବାୟୁସେନା ବିମାନ ବାୟୁରେ ଧକ୍କା ହେବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରେନିଂ ସମୟରେ ବିମାନ ଆକାଶରେ ଉଡୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବିମାନଟି ଅନ୍ୟ ଏକ ବାୟୁସେନା ବିମାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ପରେ ବିମାନ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ବିମାନ ଉଡ଼ିବା ସମୟରେ ଉଭୟ ବିମାନର ମୁହାଁମୁହିଁ ହେବା ପରେ ଗୋଟିଏ ବିମାନରେ ନିଆଁ ଲାଗିଯାଇଛି ଏବଂ ବିମାନଟି ତଳକୁ ଖସିଆସୁଛି ।

ବିମାନଟି ଖସିଯିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ତତକ୍ଷଣାତ୍ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଜଳୁଥିବା ବିମାନକୁ ଲିଭାଇ ଥିଲେ। ଏହାସହ ଦୁର୍ଘଟଣାଗ୍ରସ୍ତ ବିମାନରୁ ମୃତଦେହ ଉଦ୍ଧାର କରାଯାଇଛି।

Get real time updates directly on you device, subscribe now.