(VIDEO)ବଡ଼ ବିମାନ ଦୁର୍ଘଟଣା; ଏୟାରପୋର୍ଟରେ ଦୁଇ ବିମାନ ମୁହାଁ ମୁହିଁ ଧକ୍କା, ଭୟଙ୍କର ବିସ୍ଫୋରଣ ପରେ ଲାଗିଲା ନିଆଁ

ପୁଣି ବଡ଼ ବିମାନ ଦୁର୍ଘଟଣା । ଆମେରିକାର ମୋଣ୍ଟାନାର କାଲିସପେଲ୍ ସିଟି ବିମାନବନ୍ଦରରେ ଦୁଇଟି ବିମାନ ଧକ୍କା ହେବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

ୱାଶିଂଟନ: ପୁଣି ବଡ଼ ବିମାନ ଦୁର୍ଘଟଣା । ଆମେରିକାର ମୋଣ୍ଟାନାର କାଲିସପେଲ୍ ସିଟି ବିମାନବନ୍ଦରରେ ଦୁଇଟି ବିମାନ ଧକ୍କା ହେବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

ରିପୋର୍ଟ ଅନୁସାରେ, ବିମାନବନ୍ଦରରେ ଅବତରଣ କରିବା ସମୟରେ ଏକ ଛୋଟ ବିମାନ ପାର୍କିଂ ହୋଇଥିବା ବିମାନ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ପରେ ବିମାନବନ୍ଦରରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। କିନ୍ତୁ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ।

ଲ୍ୟାଣ୍ଡିଂ ସମୟରେ ଆଉ ଏକ ବିମାନକୁ ଧକ୍କା ଦେଲା

ଏକ ଛୋଟ ସିଙ୍ଗଲ୍-ଇଞ୍ଜିନ୍ ବିମାନ (ସୋକାଟା TBM 700 ଟର୍ବୋପ୍ରପ୍) 4 ଜଣଙ୍କୁ ନେଇ ଅପରାହ୍ନ ପ୍ରାୟ 2 ଟାରେ କାଲିସ୍ପେଲ୍ ସିଟି ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା। ଅବତରଣ ସମୟରେ, ଏହି ବିମାନ ରନୱେରେ ଠିଆ ହୋଇଥିବା ଏକ ବିମାନକୁ ଧକ୍କା ଦେଇଥିଲା। ଧକ୍କା ପରେ ବିମାାନରେ ନିଆଁ ଲାଗିଯାଇଥିଲା।

ତେବେ ଏହି ଦୁର୍ଘଟଣା ସମୟରେ ପାଇଲଟ୍ ଏବଂ ତିନି ଜଣ ଯାତ୍ରୀ ବାହାରକୁ ବାହାରି ଆସିବାରେ ସଫଳ ହୋଇଥିଲେ। ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ଏବଂ ସେମାନଙ୍କୁ ବିମାନବନ୍ଦରରେ ଚିକିତ୍ସା କରାଯାଇଥିଲା। ଦୁର୍ଘଟଣା ପରେ ସେହି ଅଞ୍ଚଳରେ କଳା ବାଦଲ ଖେଳିଯାଇଥିଲା ।

ପ୍ରକାଶଥାଉକି, ଗତ ସପ୍ତାହରେ ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା ଘଟିଥିଲା। ଉତ୍ତର ଆରିଜୋନାରେ ଏକ ଚିକିତ୍ସା ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ, ବିମାନରେ ନିଆଁ ଲାଗିଯାଇଥିଲା, ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା।