fbpx

ଆକାଶରେ ରହସ୍ୟମୟ ସିଗନାଲ ଯୋଗୁ ଦିଗହରା ହେଉଛି ବିମାନ, ୧୫ ଦିନରେ ୨୦ଟି ବିମାନର ହେଲାଣି ସିଗନାଲ ଫେଲ୍‌

ନୂଆଦିଲ୍ଲୀ: ଇରାନ ଆକାଶରେ ଗତ ୧୫ ଦିନ ମଧ୍ୟରେ ଅତି କମ୍‌ରେ ୨୦ଟି ବିମାନର ସିଗନାଲ ଫେଲ ହୋଇଛି । ଏହାପଛରେ ଜିପିଏସ୍ ସ୍ପୁଫିଙ୍ଗ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ଭୂପୃଷ୍ଠରୁ ଏପରି ଷ୍ଟ୍ରଙ୍ଗ ସିଗ୍‌ନାଲ ମିଳିଛି ଯେଉଁ କାରଣରୁ ବିମାନ ଦିଗହରା ହୋଇଛି ।

ଗତ ୧୫ ଦିନ ମଧ୍ୟରେ ଇରାନରେ ଅତି କମ୍‌ରେ ୨୦ଟି ଯାତ୍ରୀବାହୀ ବିମାନ ଓ କର୍ପୋରେଟ୍ ଜେଟ୍ ଦିଗହରା ହୋଇଛି । ସୂଚନା ମୁତାବିକ ବିମାନର ସିଗନାଲ୍ ଫେଲ୍ ହେବା ପଛରେ କାରଣ ହେଉଛି ଭୂପୃଷ୍ଠରୁ ପଠାଯାଇଥିବା କୌଣସି ଷ୍ଟ୍ରଙ୍ଗ ସିଗନାଲ ଯାହା ନାଭିଗେସନ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ । ନାଭିଗେସନ ସିଷ୍ଟମ ଫେଲ୍ ହେବା ପରେ ପାଇଲଟ୍ ଏଟିସି(ଏୟାର ଟ୍ରାଫିକ୍ କଣ୍ଟ୍ରୋଲ)ଙ୍କ ସଂପର୍କ କରିବା ପରେ ଯାଇ ତାଙ୍କୁ ତାଙ୍କ ଲୋକେସନ ବିଷୟରେ ଜଣାପଡିଥାଏ । ବିଶେଷଜ୍ଞ କହିଛନ୍ତି ପ୍ରଥମ ଥର ଏପରି ହେଉଛି କି ଯାତ୍ରୀବାହୀ ବିମାନକୁ ଏପରି ଭାବରେ ଟାର୍ଗେଟ୍ କରାଯାଉଛି ।

ଆମେରିକା ରେଡିଓ ଟେକ୍ନିକାଲ କମିଶନ ଫର୍ ଏରୋନୋଟିକ୍ସର କହିବା ଅନୁଯାୟୀ ଜିପିଏସ୍ ସିଗନାଲ ସାଟେଲାଇଟ୍ ସିଗନାଲର ସ୍ଥାନ ନେଇଥାଏ ଫଳରେ ବିମାନ ଦିଗହରା ହୋଇଥାଏ । ତେବେ ଇରାନ କ୍ଷେତ୍ରରେ ୨୦ ଜିପିଏସ୍ ସ୍ପୁଫିଙ୍ଗ ମାମଲା ସାମ୍ନାକୁ ଆସିଛି । ଏଥିରେ ବୋଇଂ ୭୭୭, ୭୩୭, ୭୪୭କୁ ଟାର୍ଗେଟ କରାଯାଇଛି । ବୋଇଂ ୭୭୭ ନିଜ ରାସ୍ତାରୁ ପୁରା ଅଲଗା ଦିଗରେ ଚାଲିଯାଇଥିଲା । ଏହାପରେ ଏହାକୁ ବାଗଦାଦ ଏଟିସି ସହ ସଂପର୍କ କରିବାକୁ ପଡିଥିଲା ।

ଏହିପରି ଘଟଣା ଗତ ଏକ ଦଶନ୍ଧି ଧରି ହେଉଥିଲେ ମଧ୍ୟ ଯାତ୍ରୀବାହୀ ବିମାନ ସହ ଏପରି ହେବା ଏହା ପ୍ରଥମ ଘଟଣା । ଏହାକୁ ନେଇ ଆମେରିକା ଫେଡେରାଲ ଏଭିଏସନ ପ୍ରଶାସନ ସମସ୍ତ ଏୟାରଲାଇନ୍ସକୁ ଇରାନ ଓ ଆଜରବାଇଜାନ୍ ଆକାଶରେ ଉଡାଣ ଭରିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.