fbpx
BJD SKY
BJD SKY

ବ୍ରହ୍ମପୁରରେ ନିର୍ମାଣ ହେଲା ପ୍ଲାଷ୍ଟିକ ହାତୀ, ଛାତ୍ରଛାତ୍ରୀଙ୍କର ନିଆରା ପ୍ରୟାସ

BJD

ବ୍ରହ୍ମପୁର : ୩୦ ହଜାରରୁ ଅଧିକ ପ୍ଲାଷ୍ଟିକ ବୋତଲରେ ନିର୍ମାଣ ହୋଇଛନ୍ତି ଗଜରାଜ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଆଇଟିଆଇ ପରିସରରେ । ଏଠାରେ ଛାତ୍ରଛାତ୍ରୀମାନେ ଏହି ହାତୀଟିକୁ ନିର୍ମାଣ କରିଛନ୍ତି । ମାସେ ହେବ ବିଭିନ୍ନ ସ୍ଥାନରୁ ପ୍ରାୟ ୩୦ ହଜାରରୁ ଅଧିକ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିଥିଲେ । ଏହା ପରେ ଅଦକାରି ଲୁହାରେ ୨୩ ଫୁଟ ଉଚ୍ଚତାର ହାତୀ ନିର୍ମାଣ କରିଛନ୍ତି । ଏହା ମଧ୍ୟରେ ସଂଗ୍ରହ ହୋଇଥିବା ବୋତଲ ଭର୍ତ୍ତି ହୋଇଛି ।

ମାସେ ହେବ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଥାନରୁ ବୋତଲ ସଂଗ୍ରହ କରୁଥିଲେ । ଏହାକୁ ହାତୀ ନିର୍ମାଣରେ ବ୍ୟବହାର କରିଛନ୍ତି । ଏହାପରେ ଏଥିରେ ରଙ୍ଗ ଦିଆଯିବା ପରେ ଏହାକୁ ଆଲୋକରେ ସଜ୍ଜିତ କରାଯିବ । ଏଭଳି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକ ବୋତଲ ଦ୍ୱାରା ହେଉଥିବା ପ୍ରଦ୍ୟୁଷଣ ରୋକିବା । ହାତୀକୁ ନିର୍ମାଣ କରିବା ପରେ ଛାତ୍ରଛାତ୍ରୀମାନେ ଖୁସିଥିବା କହିଛନ୍ତି । ଏହି ହାତୀ ନିର୍ମାଣ କାର୍ଯ୍ୟ ଗତ କାଲି ଶେଷ ହୋଇଛି ।

ବିଶେଷ କରି ଲୋକମାନେ ପାଣି ପିଇବା ଦ୍ୱାରା ଲୋକମାନେ ବୋତଲକୁ ଏଣେ ତେଣେ ଫିଙ୍ଗି ଦିଅନ୍ତି । ଏହି ବୋତଲଗୁଡିକ ମାଟିରେ ମିଶି ନଥାଏ । ଫଳରେ ଏହା ପରିବେଶକୁ ନଷ୍ଟ କରିଥାଏ । ସବୁ ଜାଣିଲା ପରେ ମଧ୍ୟ ଲୋକମାନେ ଅଧିକ ପ୍ଲାଷ୍ଟକ ବୋତଲ ବ୍ୟବହାର କରୁଛନ୍ତି । ତେଣୁ ଏହି ପ୍ଲାଷ୍ଟିକ ବୋତଲକୁ କିପରି ବ୍ୟବହାର କରି ହେବ ତାହା ଭାବି ଛାତ୍ରଛାତ୍ରୀମାନେ ଏଭଳି ପଦକ୍ଷପ ନେଇଛନ୍ତି ।

Get real time updates directly on you device, subscribe now.