fbpx

ପୁରୁଣା ଜିନ୍ସରୁ ଫୁଲ କୁଣ୍ଡ; ଜାଣନ୍ତୁ କେମିତି ତିଆରି କରିବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଆଧୁନିକ ଯୁଗରେ ବଗିଚା କରିବାକୁ ଭଲ ପାଉଥ୍ଖବା ବ୍ୟକ୍ତି ଅଭିନବ ଢଙ୍ଗରେ ଫୁଲକୁଣ୍ଡ ପ୍ରସ୍ତୁତି କରୁଛନ୍ତି । ହେଲେ ଏବେ ବିନା ଖର୍ଚ୍ଚରେ ଘରେ ସୁନ୍ଦର ଓ ଆକର୍ଷଣୀୟ କୁଣ୍ଡ ତିଆରି କରାଯାଇପାରିବ। ଦୈନନ୍ଦିନ ବ୍ୟବହାର କରୁଥ୍ଖବା ପୁରୁଣା ଡେନିମ୍‌ ଜିନ୍ସ କିମ୍ବା ସୂତା କପଡ଼ାରୁ ତିଆରି ହୋଇପାରିବ ଫୁଲ ବା ପରିବା କୁଣ୍ଡ। ଏହାଦ୍ବାରା ପରିବେଶ ଓ ଘର ସଫା ରହିଥାଏ। ୟ୍ୟୁଟୁବରୁ ଜ୍ଞାନ ନେଇ ଘରେ ଥ୍ଖବା ନିଜର ପୁରୁଣା ଜିନ୍‌ସ ଓ କଟନ୍‌ ପାଇଜାମାରୁ ପ୍ରସ୍ତୁତ କୁଣ୍ଡରେ ଟିକି ଟିକି ଆକର୍ଷଣୀୟ ଫୁଲ କିମ୍ବା କିଛି ପରିବା ଚାଷ କରିପାରିବେ।

ପ୍ରଥମେ ପୁରୁଣା ଜିନ୍‌ସ କିମ୍ବା ସୂତା କପଡାର ପ୍ୟାଣ୍ଟସ୍‌ର ତଳ ପଟୁ ରବରରେ ବାନ୍ଧି ଦିଅନ୍ତୁ। ଉପର ପାର୍ଶ୍ବରୁ ପୁରୁଣା ଖବରକାଗଜ, କପଡା କିମ୍ବା ତୁଳା ଆଣ୍ଠୁ ପର୍ୟ୍ୟନ୍ତ ଭର୍ତ୍ତି କରନ୍ତୁ। ଏହାପରେ ପୂର୍ବରୁ ପ୍ରସ୍ତୁତ କରି ରଖ୍ଖଥ୍ଖବା ମାଟି ଓ ଗୁଣ୍ଡ ମିଶା ଜୈବିକ ଖତରେ ପ୍ୟାଣ୍ଟକୁ ଭର୍ତ୍ତି କରନ୍ତୁ। ମଝିରେ ମଝିରେ ଖତ ଓ ମାଟିକୁ ଚଲାଇପାରିବେ। ଜିନ୍ସ ପ୍ୟାଣ୍ଟଟିରେ ମାଟି ପାଣିକୁ ଭଲଭାବେ ଶୋଷି ନେଇଥାଏ। ଏପରି ପ୍ୟାକ୍‌ କରନ୍ତୁ ଯେପରି ଷ୍ଟୁଲ କିମ୍ବା କାନ୍ଥପାଖେ ପ୍ୟାଣ୍ଟକୁ ରଖ୍ଖଲେ ବ୍ୟକ୍ତି ବସିଥ୍ଖବା ପରି ଦିଶିବ। ଏହି ଷ୍ଟାଇଲର ଫୁଲକୁଣ୍ଡରେ ଉତ୍ତମ ଫୁଲ ଓ ଫଳ ଧରିଥାଏ। ଏହାକୁ ଘର ବଗିଚା କିମ୍ବା କାନ୍ଥ ଠାରେ ବ୍ୟବହାର କରାଯାଇପାରେ। କେବଳ ସେତିକି ନୁହେଁ ରୋଷେଇ ଘରୁ ବାହାରୁଥ୍ଖବା ଭଙ୍ଗା ସାମଗ୍ରୀକୁ ନେଇ ମଧ୍ୟ ଫୁଲକୁଣ୍ଡ ତିଆରି କରାଯାଇପାରିବ।

Get real time updates directly on you device, subscribe now.