fbpx

ମୋଟା କରୁଛି ପ୍ଲାଷ୍ଟିକ୍‌, ଶରୀରରେ ନକାରାତ୍ମକ ପ୍ରଭାବ ପକାଇବା ସହ ସୃଷ୍ଟି କରୁଛି ଅନେକ ସମସ୍ୟା…

Advertisement

ନୂଆଦିଲ୍ଲୀ : ପ୍ଲାଷ୍ଟିକ୍ ବୋତଲ ପାଣି କେବଳ ପରିବେଶ ପାଇଁ ହିତକର ନୁହେଁ, ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ତା’ର ନକାରାତ୍ମକ ଭୂମିକା ରହିଛି । ସଦ୍ୟତମ ଗବେଷଣା ଅନୁସାରେ, ପ୍ଲାଷ୍ଟିକ୍‌ ଆମ ଓଜନ ବୃଦ୍ଧି ପାଇଁ ମଧ୍ୟ ଦାୟୀ । ମେଟାବଲିଜମ୍‌ ଉପରେ ଏହାର ଯୌଗିକର ବିପରୀତ ପ୍ରଭାବ ରହିଛି । ପ୍ରଜନନ ଉପରେ ପ୍ଲାଷ୍ଟିକ୍‌ର ନକାରାତ୍ମକ ପ୍ରଭାବ ପୂର୍ବରୁ ଚିହ୍ନଟ ହୋଇଛି । ସେତିକି ନୁହେଁ, ଆମ ଦୈନନ୍ଦିନ ଜୀବନର ପ୍ରତ୍ୟେକ ବସ୍ତୁରେ ମଧ୍ୟ ‘ଥାଲେଟ୍ସ’ ରୂପେ ପ୍ଲାଷ୍ଟିକ୍‌ ମିଳିଛି, ଯାହା ପୁରୁଷଙ୍କ ଟେଷ୍ଟୋଷ୍ଟେରୋନ୍‌ ହରମୋନ୍‌ ହ୍ରାସ କରିଥାଏ ।

ଏବେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ପ୍ଲାଷ୍ଟିକ୍‌ ଆମକୁ ପୃଥୁଳ କରିପାରେ । ନରୱେ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଓ ଫ୍ରାଙ୍କଫର୍ଟର ଗୋଥ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅଧ୍ୟୟନର ତଥ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟକର । ଦହି ପ୍ୟାକେଟ୍‌, ପାଣି ବୋତଲ, ରୋଷେଇ ଘରେ ବ୍ୟବହୃତ ସ୍ପଞ୍ଜ ସମେତ ଦୈନନ୍ଦିନ କାର୍ଯ୍ୟକଳାପରେ ବ୍ୟବହୃତ ମୋଟ୍‌  ୩୪ ବସ୍ତୁ ଉପରେ ପରୀକ୍ଷା କରାଯାଇଥିଲା । ଏହି ସବୁ ଉତ୍ପାଦରେ ପ୍ରାୟ ୫୫ ହଜାର ରାସାୟନିକ ଯୌଗିକ ଚିହ୍ନଟ କରାଯାଇଥିଲା । ତନ୍ମଧ୍ୟରୁ ୧୧ଟି ଯୌଗିକ ମେଟାବଲିଜମ୍‌ ବିଗାଡୁଥିବା ରସାୟନ ଭାବେ ଚିହ୍ନଟ କରାଗଲା । ଏହି ଯୌଗିକ ଆପଣଙ୍କୁ ପୃଥୁଳ ମଧ୍ୟ କରିପାରେ । ପ୍ରତି ୩ ପ୍ଲାଷ୍ଟିକ୍‌ ଉତ୍ପାଦରେ ଚିହ୍ନଟ ହୋଇଥିବା ରାସାୟନିକ ତତ୍ତ୍ୱର କୋଷିକା ବିକାଶରେ ଯୋଗଦାନ ରହିଥିବ ଜଣାପଡ଼ିଲା, ଯାହା ଲିିଡ୍‌ ଗଚ୍ଛିତ କରେ ।

Get real time updates directly on you device, subscribe now.