fbpx

ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିରେ ହେବ ପରିବର୍ତ୍ତନ: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି

ଭୁବନେଶ୍ୱର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି । ଛାତ୍ରଛାତ୍ରୀ ବର୍ତ୍ତମାନ ବର୍ଷକୁ ୨ଟି ଇଣ୍ଟରନାଲ୍‍ ପରୀକ୍ଷା ଦେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଏ ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି ହୋଇଛି । ଏହା ଅନୁସାରେ ୨୦୨୩- ୨୪ ଶିକ୍ଷାବର୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ୨ଟି ଇଣ୍ଟରନାଲ୍‍ ପରୀକ୍ଷା କରାଯିବ । ସେମାନେ ୨୦୨୪ରେ ବାର୍ଷିକ ପରୀକ୍ଷା ଦେବେ ।

ପ୍ରଥମ ଇଣ୍ଟରନାଲ୍‍ ପରୀକ୍ଷା ଅଗଷ୍ଟ ୧୬ରୁ ୨୯ ମଧ୍ୟରେ ଏବଂ ଦ୍ୱିତୀୟ ପରୀକ୍ଷା ନଭେମ୍ବର ୧ରୁ ୧୧ ମଧ୍ୟରେ କରିବାକୁ କୁହାଯାଇଛି । ପ୍ରାକ୍ଟିକାଲ ଥିବା ବିଷୟଗୁଡ଼ିକରେ ଥିଓରିରେ ୨୦ ଏବଂ ପ୍ରାକ୍ଟିକାଲ୍‍ରେ ୧୦ ମାର୍କ ପରୀକ୍ଷା ହେବ । ଉଭୟ ପରୀକ୍ଷା ପାଇଁ ୪୫ ମିନିଟ୍‍ ସମୟ ଦିଆଯିବ । ସେହିଭଳି ପ୍ରାକ୍ଟିକାଲ ନଥିବା ବିଷୟ ଗୁଡ଼ିକରେ ୨୦ ମାର୍କର ପରୀକ୍ଷା ହେବ । ୨୦୨୪ ବାର୍ଷିକ ପରୀକ୍ଷାଫଳ ଘୋଷଣା ସମୟରେ ଇଣ୍ଟରନାଲ୍‍ ପରୀକ୍ଷାରୁ ୨୦ ପ୍ରତିଶତ ଏବଂ ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ୱେଟେଜ୍‍ ଦିଆଯିବ ବୋଲି ପରିଷଦ ପକ୍ଷରୁ ପ୍ରକାଶିତ ମାର୍ଗଦର୍ଶିକାରେ କୁହାଯାଇଛି ।

Get real time updates directly on you device, subscribe now.