fbpx

+୨ ଇନ୍‍ଷ୍ଟାଣ୍ଟ୍‍ ପରୀକ୍ଷା ପାଇଁ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ

Advertisement

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ତତ୍‍କାଳ ପରୀକ୍ଷା ପାଇଁ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଆସନ୍ତାକାଲି ଆବେଦନ କରିବାର ଶେଷ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୧୩ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ପ୍ରମାଣପତ୍ର ଅପ୍‍ଲୋଡ୍‍ କରିବେ । ୨୦ ତାରିଖ ସୁଦ୍ଧା ଆଡମିଟ୍‍କାର୍ଡ ପ୍ରଦାନ କରାଯିବ ଏବଂ ୨୮ ତାରିଖ ଦିନ ପରୀକ୍ଷା ଅନୁଷ୍ଠିତ ହୋଇ ଜୁଲାଇ ୧୫ ତାରିଖରେ ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି ।

Get real time updates directly on you device, subscribe now.