fbpx

୨୩ରୁ ଆରମ୍ଭ ହେବ ଯୁକ୍ତ ୩ ନାମଲେଖା ଆବେଦନ ପ୍ରକିୟା, ଡିସେମ୍ବର ୩ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଶିକ୍ଷାବର୍ଷ ୨୦୨୧- ୨୨ରେ ଦ୍ୱିତୀୟ ପର୍ଯ୍ୟୟ  ଯୁକ୍ତ ୩ ପ୍ରଥମ ବର୍ଷ ନାମ ଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଳିତ ମାସ ୨୩ ତାରିଖ ପୂର୍ବାହ୍ନ ୧୧ଟା ଠାରୁ ୨୮ ତାରିଖ ରାତି ୧୧ଟା ୪୫ ଯାଏଁ ସାମସ୍‌ ପୋର୍ଟାଲ ମାଧ୍ୟମରେ ଆବେଦନ କରିାରିବେ । ଡିସେମ୍ବର ୩ ଅପରାହ୍ନ ୨ଟାରେ ପ୍ରଥମ ଓ ୧୦ ତାରିଖ ଅପରାହ୍ନ ୨ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ପ୍ରଥମ ମେଧା ତାଲିକା ପାଇଁ ଡିସେମ୍ବର ୪ରୁ ୭ ତାରିଖ ଯାଏଁ ରବିବାର ବ୍ୟତୀତ ନାମଲେଖା ହେବ । ସେହିପରି ଡିସେମ୍ବର ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ନାମଲେଖା ହେବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡିଗ୍ରି କଲେଜର ଅଧ୍ୟକ୍ଷ ମାନଙ୍କୁ ନୋଟିସ୍‌ ଜାରି କରାଯାଇଛି ।

Get real time updates directly on you device, subscribe now.