fbpx

+୩ ନାମଲେଖା ପାଇଁ ବୃଦ୍ଧି ପାଇଲା ସମୟସୀମା

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ଶେଷ ତାରିଖ ଚଳିତ ମାସ ୧୩ ଥିବାବେଳେ ଏବେ ଏହାକୁ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଚଳିତ ମାସ ୨୬ରେ ପ୍ରଥମ ମେଧାତାଲିକା ପ୍ରକାଶ ପାଇବା ସହ ଅକ୍ଟୋବର ୬ରେ ସ୍ପଟ୍‍ ଆଡ୍‍ମିଶନ୍‍ ପାଇଁ ମେଧାତାଲିକା ପ୍ରକାଶ ପାଇବ ।

ତେବେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ କାଳରେ, ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ପୁନଃ ଆବେଦନ କରିପାରିବେ । ଦ୍ୱିତୀୟ ପର୍ଯ୍ୟାୟ ସ୍ନାତକୋତ୍ତର ନାମଲେଖାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିଲାଗି ଅନ୍‍ଲାଇନ୍‍ ମାଧ୍ୟମରେ ଚଳିତ ମାସ ୧୩ରୁ ୨୨ ତାରିଖ ମଧ୍ୟରେ ଆବେଦନ କରିପାରିବେ ।

ଏହି ପର୍ଯ୍ୟାୟରେ ଚଳିତ ମାସ ୨୮ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ଚଳିତ ମାସ ୧୫ରେ ସ୍ପଟ୍‍ ନାମଲେଖା ତାଲିକା ପ୍ରକାଶ ପାଇବ ।

Get real time updates directly on you device, subscribe now.