fbpx

ଯୁକ୍ତ୨ ପରୀକ୍ଷା ପାଇଁ ୨୭ରୁ ଫର୍ମପୂରଣ, ୪ ତାରିଖ ଯାଏ ଚାଲିବ: ଜାଣନ୍ତୁ ଆବେଦନ ପ୍ରକିୟା…

Advertisement

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଚଳିତ ମାସ ୨୭ ତାରିଖରୁ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମପୂରଣ ଆରମ୍ଭ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଫର୍ମ ପୂରଣ ପ୍ରକ୍ରିୟା ୨୭ରୁ ଆରମ୍ଭ ହୋଇ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ଜାନୁଆରୀ ୪ ପରେ ଫର୍ମପୂରଣ କଲେ ଫାଇନ୍‌ ପଡ଼ିବ । ଜାନୁଆରୀ ୫ରୁ ୬ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଶହେ ଟଙ୍କା ଜୋରିମାନା ଦେଇ ଫର୍ମପୂରଣ କରିପାରିବେ । ୭ରୁ ୧୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ୪୫୦ ଟଙ୍କା ଜୋରିମାନା  ଦେଇ ଫର୍ମପୂରଣ କରି ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହାର ବିଜ୍ଞପ୍ତିରେ ଦର୍ଶାଇଛି । ସାମ୍ସ ପୋର୍ଟାଲ ଜରିଆରେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରିବେ । ଉପଯୁକ୍ତ କାଗଜପତ୍ର ସହ ନିର୍ଭୁଲ ଭାବେ ଫର୍ମ ପୂରଣ କରିବା ପାଇଁ ସିଏଚ୍‌ଏସ୍‌ଇର ପରୀକ୍ଷା ନିୟନ୍ତ୍ରକ ସମସ୍ତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି ।

Get real time updates directly on you device, subscribe now.