ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ୍ ଆଧାରରେ ହେବ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ । ଏନେଇ କାଉନ୍ସିଲ୍ ଅଫ୍ ହାଇଅର୍ ସେକେଣ୍ଡାରି ଏଜୁକେସନର ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି ମୂଲ୍ୟାୟନ ପାଇଁ ମାଟ୍ରିକ୍ ମାର୍କ ବେଷ୍ଟ ।
ସୂଚନା ଅନୁସାରେ ଏନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ବୈଷୟିକ କମିଟି ରିପୋର୍ଟ ଦେବ । ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ । ଏହା ପରେ ସରକାର ଶେଷ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ସିବିଏସଇ ପକ୍ଷରୁ ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।