fbpx

କରୋନା ଲଢ଼େଇରେ ଭାରତ ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୧ା୬: ଭାରତୀୟ ଚ୍ୟାମ୍ବର ଅଫ କମର୍ସର ବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଲୋକାଲ ପାଇଁ ଭୋକାଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । କରୋନା ଲଢ଼େଇରେ ଭାରତ ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ । ସଙ୍କଟକୁ ସମ୍ପଦରେ ପରିଣତ କରିବାର ଅବସର ଆସିଛି । କୃଷିକୁ ଗୋଲାମିରୁ ମୁକ୍ତ କରି କୃଷକକୁ ସଶକ୍ତ କରୁଛୁ ବୋଲି ମୋଦି କହିଛନ୍ତି । ଏମଏସଏମଇ କ୍ଷେତ୍ରରେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ବିଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଦେଶରେ ଉତ୍ପାଦନ କରିବାକୁ ହେବ । ସରକାର ପିପୁଲ, ପ୍ରଫିଟ ଓ ପ୍ଲାନେଟ ଅଭିଯାନ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.