ପିଏମ ଆବାସ ଯୋଜନାରୁ ହାଟିଗଲା ଏହି ୩ଟି ସର୍ତ୍ତ, ତାଲିକାରେ ନାମ ଆସିବା ହୋଇଗଲା ସହଜ
ସରକାର ବର୍ତ୍ତମାନ ପିଏମ ଆବାସ ଯୋଜନାରେ ତିନୋଟି ସର୍ତ୍ତକୁ କମ କରିଦେଇଛନ୍ତି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଭାରତ ସରକାର ଲୋକଙ୍କୁ ଘର ଯୋଗାଇଦେଉଛନ୍ତି। ଏହି ଯୋଜନାରେ ବର୍ତ୍ତମାନ ୩ଟି ସର୍ତ୍ତକୁ ହ୍ରାସ କରାଯାଇଛି। ଏହା ଦ୍ୱାରା ଲୋକଙ୍କୁ ଏହି ଯୋଜନା ମାଧ୍ୟମରେ ଆହୁରି ଲାଭ ମିଳି ପାରିବ। ଆସନ୍ତୁ ଜାଣିବା ଏହି ବିଷୟରେ..
ଏହି ଯୋଜନାରେ ୧୩ଟି ସର୍ତ୍ତ ଥିଲା। ସରକାର ବର୍ତ୍ତମାନ ଏଥିରୁ ୩ଟି ସର୍ତ୍ତକୁ ହଟାଇଦେଇଛନ୍ତି। ଏଥିରେ ପ୍ରଥମ ସର୍ତ୍ତ ଆପଣଙ୍କ ପାଖାପାଖି ମାସିକ ଆୟ ୧୦,୦୦୦ ଥିଲା। ଯାହାକୁ ହଟାଯାଇ, ବର୍ତ୍ତମାନ ୧୫,୦୦୦ କରାଯାଇଛି।
ଏହି ଯୋଜନାରେ ସର୍ତ୍ତ ଥିଲା ଯେ, ଯେଉଁମାନଙ୍କର ଦୁଇ ଚକିଆ ବାହନ ଅଛି, ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେନାହିଁ। କିନ୍ତୁ ଏହାକୁ ବର୍ତ୍ତମାନ ହଟାଯାଇଛି। ଆପଣଙ୍କ ପାଖେ ଦୁଇ ଚକିଆ ଯାନ ଥିଲେ ସୁଦ୍ଧା ଆପଣ ଏହି ଯୋଜନା ପାଇଁ ଆବେଦନ କରିପାରିବେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେ ପାଇଁ ଶେଷ ତାରିଖ ୩୦ ଅପ୍ରେଲ ୨୦୨୫ ଧାର୍ଯ୍ୟ କରାଯାଇଥିଲା। ହେଲେ ବର୍ତ୍ତମାନ କେନ୍ଦ୍ର ସରକାର ଏହି ତାରିଖକୁ ମେ’ ୧୫, ୨୦୨୫ କରିଦେଇଛନ୍ତି।
ଯେଉଁ ଲୋକମାନେ ଏହି ଯୋଜନା ପାଇଁ ଆବେଦନ କରିନାହାନ୍ତି, ସେମାନେ ଏହି ଯୋଜନାରେ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।