fbpx

ପିଏମ୍-ସିଏମ୍ ବୈଠକ ଜାରି, ଯୋଗ ଦେଇଛନ୍ତି ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରର ଆଶଙ୍କା ଏବଂ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ରହିଛନ୍ତି । ଉକ୍ତ ରାଜ୍ୟ ଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ଓଡ଼ିଶା, ତାମିଲନାଡ଼ୁ ଓ ମହାରାଷ୍ଟ୍ରର ସରକାର ସାମିଲ ରହିଛନ୍ତି । ତେବେ ଏହି ୬ ରାଜ୍ୟରେ କରୋନା ମାମଲା ହାର ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ୧୧ ଟାରୁ ଏହି ସମୀକ୍ଷା ବୈଠକ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଆଲୋଚନା ଜାରି ରହିଛି ।

ମଙ୍ଗଳବାର ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ବଜାର ତଥା ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ବଢ଼ୁଥିବା ଭିଡ଼କୁ ନେଇ ଉଦବେଗ ପ୍ରକାଶ କରିଥିଳେ । ଏହା ସହିତ ସେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କହିଥିଲେ ।

Get real time updates directly on you device, subscribe now.