୨୦ ବର୍ଷରୁ ମୁଁ ଅପମାନ ସହି ଆସୁୁଛି; ଧନଖଡ଼ଙ୍କୁ ନିଜ ଦୁଃଖ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭାର ସୁରକ୍ଷା ତୃଟି ପ୍ରସଙ୍ଗକୁ ନେଇ ୪୯ ସାଂସଦଙ୍କ ନିଲମ୍ବନକୁ ବିରୋଧ କରି ବିରୋଧୀ ଦଳର ସଦସ୍ୟମାନେ ମଙ୍ଗଳବାର ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସାଂସଦ କଲ୍ୟାଣ ବାନାର୍ଜୀ ସଂସଦ ପ୍ରବେଶ ପଥ ନିକଟରେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ଼ଙ୍କ ନକଲ(ମିମିକ୍ରି) କରିଥିଲେ । ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏ ବିଷୟରେ ଉପ ରାଷ୍ଟ୍ରମନ୍ତ୍ରୀ ଜଗଦୀପ ଧନଖଡ଼ ମୁୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହୋଇଥିବା ନେଇ ବୁଧବାର ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ‘ମୋତେ ପ୍ରଧାନମନ୍ତ୍ରୀ ମୋଦୀ କଲ କରିଥିଲେ । ସଂସଦ ପରିସରରେ ହୋଇଥିବା ନିନ୍ଦନୀୟ ଘଟଣା ଉପରେ ସେ ଦୁଃଖ ପ୍ରକାଶ କରିଥିଲେ । ବିଗତ ୨୦ ବର୍ଷରୁ ଏପରି ଅପମାନ ସହି ଆସୁଛନ୍ତି ବୋଲି ମୋଦୀ କହିଥିଲେ । ସଂସଦ ପରିସରରେ ଭାରତର ଉପ ରାଷ୍ଟ୍ରପତି ଭାବେ ଏକ ସାମ୍ବିଧାନିକ ପଦବୀ ସହ ଏପରି ଘଟଣା ହେବା ଦୁର୍ଭାଗ୍ୟଜନକ ଅଟେ’ ।

ଧନଖଡ଼ ଆହୁରି ମଧ୍ୟ ଲେଖିଛନ୍ତି ଯେ ଲୋକମାନଙ୍କର ଏଭଳି ଆଚରଣ ମୋତେ ମୋ କର୍ତ୍ତବ୍ୟ ପାଳନ ଓ ସମ୍ବିଧାନର ସିଦ୍ଧାନ୍ତକୁ ଅକ୍ଷୁର୍ଣ୍ଣ ରଖିବାକୁ ଅଟକାଇ ପାରିବେ ନାହିଁ । ସେହି ମୂଲ୍ୟବୋଧ ପାଇଁ ମୁୃଁ ହୃଦୟରୁ ପ୍ରତିବଦ୍ଧ । କୌଣସି ଅପମାନ ମୋତେ ମୋ ପଥ ବଦଳାଇବାକୁ ବାଧ୍ୟ କରିପାରିବ ନାହିଁ ।