fbpx

ସପ୍ତାହରେ ୩ ଛୁଟି, ବାକି ଦିନରେ ଘରୁ ଯେବେ ଇଚ୍ଛା କରିବେ କାମ: ପ୍ରଧାନମନ୍ତ୍ରୀଙ୍କ ପାଇଁ ନୂଆ ସଂକେତ

ନୂଆଦିଲ୍ଲୀ: ଭାରତରେ ଲେବର କୋଡ ଲାଗୁ କରିବା ପାଇଁ ନେଇ ଦୀର୍ଘ ଦିନରୁ କାମ ଚାଲୁ ରହିଛି । ବାରମ୍ବାର ଏହାର ଡେଡଲାଇନ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲାଗୁ ହୋଇ ପାରିନାହିଁ । ଏବେ କିନ୍ତୁ ଏହି ଲେବର କୋଡରେ ପରିବର୍ତ୍ତନ ଆଣିବା ପାଇଁ ବଡ ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହା କର୍ମଚାରୀଙ୍କ ପାଇଁ ଏକ ବଡ ଖୁସି ଖବର ହୋଇପାରେ ।

ଏହି ଲେବର କୋଡ ଅନୁସାରେ, କର୍ମଚାରୀମାନଙ୍କୁ ସାପ୍ତାହିକ ୩ଟି ଛୁଟି ମଞ୍ଜୁର କରାଯାଇପାରିବ । କିନ୍ତୁ ବାକି ୪ ଦିନରେ ୧୨ ଘଣ୍ଟା ଲେଖାଏଁ କାମ କରିବାକୁ ହେବ । ଏହାବ୍ୟତୀତ ଯିବା ଆସିବା ସମୟକୁ ମିଶାଇଲେ ପ୍ରତ୍ୟେକ କର୍ମଚାରୀଙ୍କୁ ଦୈନିକ ୧୪-୧୫ ଘଣ୍ଟା ବିତାଇବାକୁ ପଡିବ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ୱାର୍କ ଫ୍ରମ ହୋମ ଇକୋସିଷ୍ଟମକୁ ପ୍ରାଧାନ୍ୟ ଦେବା ପାଇଁ ଯୋଜନା କରୁଛନ୍ତି । କରୋନା ମହାମାରୀ ସମୟରେ କମ୍ପାନୀଗୁଡିକୁ ବନ୍ଦ ହୋଇଯିବା ଏବଂ କର୍ମଚାରୀଙ୍କ ଚାକିରି ବଞ୍ଚାଇବାରେ ଏକ ବଡ ଭୂମିକା ତୁଲାଇଥିଲା ୱାର୍କ ଫ୍ରମ ହୋମ୍ ଅପ୍ସନ ।

ବଦଳୁଥିବା ଦୁନିଆ ସହିତ ଆମକୁ ଏହାର ଫାଇଦା ନେବା ଆବଶ୍ୟକ । ତେଣୁ ଯଥାଶୀଘ୍ର ଏହି ଯୋଜନାକୁ ଲାଗୁ କରିବା ପାଇଁ ଚିନ୍ତା କରିବା ଆବଶ୍ୟକ । ତେବେ ଏହି ନିୟମ ଲାଗୁ ହେଲେ ୪ ଦିନ ୧୨ ଘଣ୍ଟା କାମ କରି ୩ ଦିନ ଛୁଟି ପାଇପାରିବେ କର୍ମଚାରୀ । ଘରେ ରହି ୬-୬ ଘଣ୍ଟାର ୨ଟି ବ୍ରାକେଟ କିମ୍ବା ୪-୪-୪ ଘଣ୍ଟାର ୩ଟି ବ୍ରାକେଟ ଅନୁସାରେ କାମ କରିପାରିବେ । ଏହାଦ୍ୱାରା ଦୈନିକ ୧୨ ଘଣ୍ଟା ସମୟ କାମ ହେବା ସହ କ୍ଳାନ୍ତିରୁ ମୁକ୍ତି ପାଇବେ କର୍ମଚାରୀ । ସେପଟେ ୩ ଦିନର ଛୁଟିକୁ ନେଇ ଅନେକ କିଛି ପ୍ଲାନ କରିପାରିବେ ।

ତେବେ ୩ ଦିନ ଛୁଟିରେ କୌଣସି ବ୍ୟକ୍ତି ଘରେ କାଟିପାରିବେ ନାହିଁ । ତେଣୁ ସେ କିଛି ନା କିଛି ପ୍ଲାନ କରିବେ, କୌଣସି ଫିଲ୍ମ କିମ୍ବା ହୋଟେଲ କିମ୍ବା ପର୍ଯ୍ୟଟନସ୍ଥଳୀ ମଧ୍ୟ ବୁଲିବାକୁ ଯାଇପାରନ୍ତି । ଏମିତି ହେଲେ ଭାରତର ଅର୍ଥନୀତିରେ ମଧ୍ୟ ସାମାନ୍ୟ ବିକାଶ ଆସିପାରିବ ।

Get real time updates directly on you device, subscribe now.