fbpx

PM Internship Scheme 2024: ବଡ଼ କମ୍ପାନୀରେ ନିଯୁକ୍ତି ସୁଯୋଗ, ମିଳିବ ବୀମା କଭରେଜ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଦେଶର ଯୁବକ- ଯୁବତୀଙ୍କ ବିକାଶ ଏବଂ କୌଶଳକୁ ପରିମାର୍ଜିତ କରିବା ପାଇଁ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମର ପ।।ଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଦେଶରେ ବେକାରୀ ସମସ୍ୟା ହଟାଇବା ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଯୁବପିଢ଼ିଙ୍କୁ ବଡ଼ ବଡ଼ କମ୍ପାନୀରେ ନିଯୁକ୍ତ ଯୋଗାଇବା ପାଇଁ ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଲଞ୍ଚ୍ କରାଯାଇଛି । ଏହି ସ୍କିମର ଅନ୍ତର୍ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ୧.୨୫ ଲକ୍ଷ ଯୁବକ- ଯୁବତୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ବ୍ୟବସାୟିକ କୌଶଳ ପ୍ରଦାନ କରିବା ଏବଂ ଚାକିରି ପାଇଁ ପ୍ରସ୍ତୁତ କରିବା । ଚଳିତ ବର୍ଷ ଅକ୍ଟୋବର ୧୨ ତାରିଖରୁ ଅବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ୨୫ରେ ଶେଷ ହେବ । ଏହି ଯୋଜନାର ଲାଭ ଉଠାଇବା ପାଇଁ

– ପ୍ରାର୍ଥୀଙ୍କ ବୟସ ୨୧ରୁ ୨୪ ବର୍ଷ ମଧ୍ୟରେ ରହିବା ଉଚିତ

– ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ ଅଧିକ ନଥିବ

– ଅନଲାଇନ୍‌/ ଡିସ୍ଟାଣ୍ଟ ଲର୍ଣ୍ଣିଂ ଛାତ୍ରଛାତ୍ରୀ ଆବେଦନ କରିପାରିବେ

– ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଅନୁସୁଚିତ ଜାତି/ ଜନଜାତି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି

ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଅନ୍ତର୍ଗତ କେଉଁମାନେ ଆବେଦନ କରିପାରିବେ ନାହିଁ

– ଫୁଲ୍ ଟାଇମ୍ ଚାକିରି କିମ୍ବା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ

– IIT, IIM, MBBS, CA କିମ୍ବା CMA ଭଳି ଅନୁଷ୍ଠାନରୁ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀ

– ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିନଥିବେ

ଭତ୍ତା ଏବଂ ଅନ୍ୟାନ୍ୟ ଲାଭ: ଏହି ଯୋଜନାର ଅବଧି ଏକ ବର୍ଷ ରହିବ । ଏହା ଅନ୍ତର୍ଗତ ପ୍ରତ୍ୟେକ ଯୋଗ୍ୟ ପ୍ରାର୍ଥୀଙ୍କୁ ମାସକ ୫ ହଜାର ଟଙ୍କାର ଭତ୍ତା ପ୍ରଦାନ କରାଯିବ । ଏଥିରେ କେନ୍ଦ୍ର ପକ୍ଷରୁ ୪,୫୦୦ ଟଙ୍କା ଏବଂ କମ୍ପାନୀ ତରଫରୁ ୫୦୦ ଟଙ୍କା (CSR Fund) ଦ୍ୱାରା ପ୍ରଦାନ କରାଯିବ । ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ଅନୁଦାନ ଭାବେ ୬ ହଜାର ଟଙ୍କାର lumpsum ରାଶି ପ୍ରଦାନ କରାଯିବ । ଏହା ସହ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ବୀମା କଭରେଜ୍ ପ୍ରଦାନ କରାଯିବ ।

ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ପାଇଁ ଆବେଦନ ପ୍ରକ୍ରିୟା

୧. ପ୍ରଥମେ ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମର ଅଫିସିଆଲ ପୋର୍ଟାଲ pminternship.mca.gov.inକୁ ଯାଆନ୍ତୁ ।

୨. ଲଗ୍ ଇନ୍ କରିବା ପରେ ନୂଆ ଆକାଉଣ୍ଟ ତିଆରି କରନ୍ତୁ ।

୩. ଏହା ପରେ ଶିକ୍ଷାଗତ ଯୋଗ୍ୟା, ଆୟୁ ଏବଂ ଅନ୍ୟାନ୍ୟ ବିବରଣୀ ପ୍ରଦାନ କରନ୍ତୁ ।

୪. ସମସ୍ତ ଫର୍ମାଲିଟି ପୂରଣ କରିବା ପରେ ଫର୍ମ ଦାଖଲ କରନ୍ତୁ ।

Get real time updates directly on you device, subscribe now.