fbpx

ସୋମବାର ମିଳିବ ପିଏମ କିଷାନ ଟଙ୍କା; ୯.୭୫ କୋଟି ପରିବାର ହେବେ ଉପକୃତ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ସୋମବାର ଦେଶର ୯.୭୫ କୋଟି କୃଷକ ପରିବାରକୁ ମିଳିବ ପିଏମ-କିଷାନ ଟଙ୍କା । ଭିସି ଜରିଆରେ ଯୋଜନାର ପରବର୍ତ୍ତୀ କିସ୍ତି ପ୍ରଦାନ କରିବେ ପିଏମ ମୋଦୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ବିଜ୍ଞପ୍ତି ଅନୁଯାୟୀ ୧୯,୫୦୦ କୋଟିରୁ ଅଧିକ ଟଙ୍କା ୯.୭୫ କୋଟିରୁ ଅଧିକ କୃଷକ ପରିବାରର ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯିବ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କୃଷକଙ୍କ ସହ ଯୋଗାଯୋଗ କରିବେ ଏବଂ ଦେଶକୁ ମଧ୍ୟ ସମ୍ବୋଧିତ କରିବେ ।

ପିଏମ-କିସାନ ଯୋଜନା ଅନୁଯାୟୀ କୃଷକ ପରିବାରକୁ ବର୍ଷକୁ ୬୦୦୦ ଟଙ୍କା ଦିଆଯାଉଛି। ୨୦୦୦ ଟଙ୍କାର ତିନି କିସ୍ତିରେ ଏହି ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥାଏ  । ଏପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ କୃଷକ ପରିବାରକୁ ୧.୩୮ ଲକ୍ଷ କୋଟିରୁ ଅଧିକ ଟଙ୍କା ପଠାଯାଇଛି।

ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଉପସ୍ଥିତ ରହିବେ। ଏହାପୂର୍ବରୁ ମେ ୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିସାନ ସାମନ ନିଧି ଯୋଜନା ଅଧୀନରେ ଅଷ୍ଟମ କିସ୍ତି ପ୍ରଦାନ କରିଥିଲେ।

Get real time updates directly on you device, subscribe now.