fbpx

ଭାରତ ବିଜୟରେ ବର୍ଷା ବାଧକ; ଡ୍ରରେ ଶେଷ ହେଲା ନଟିଂହାମ ଟେଷ୍ଟ

ନୂଆଦିଲ୍ଳୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ଅମୀମାଂସିତ ଭାବରେ ଶେଷ ହୋଇଛି । ନଟିଂହାମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ଅନ୍ତିମ ଦିବସରେ ଭାରତକୁ ବିଜୟ ପାଇଁ ମାତ୍ର ୧୫୭ ରନ୍ ଆବଶ୍ୟକ ରହିଥିବା ବେଳେ ବର୍ଷାର ଯୋଜନା କିନ୍ତୁ ଭିନ୍ନ ରହିଥିଲା । ବର୍ଷା କାରଣରୁ ଇଂଲଣ୍ଡ ସିରିଜରେ ପ୍ରଥମ ଥର ପାଇଁ ପ୍ରଥମ ମ୍ୟାଚ ବିଜୟର ସ୍ୱପ୍ନ ଅଧୁରା ରହିଛି । ବର୍ଷା କାରଣରୁ ଗୋଟିଏ ବି ବଲ ବୋଲିଂ ହୋଇ ପାରିନଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ରୁଟ୍ଙ୍କ ୬୪ ରନ ବଳରେ ମାତ୍ର ୧୮୩ ରନରେ ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ବୁମରା ୪ଟି ଓ ଶାମି ୩ଟି ୱିକେଟ ନେଇଥିଲେ । ଜବାବରେ କେ ଏଲ୍ ରାହୁଲଙ୍କ ୮୪ ଓ ଜାଡେଜାଙ୍କ ୫୬ ରନ ବଳରେ ଭାରତ ୨୭୮ ରନ କରି ୯୫ ରନର ଅଗ୍ରଣୀ ହାସଲ କରିଥିଲା । ଇଂଲଣ୍ଡ ପକ୍ଷରୁ ଓଲି ରବିନସନ୍ ୫ଟି ଓ ଆଣ୍ଡରସନ୍ ୪ଟି ୱିକେଟ ନେଇଥିଲେ ।

ଜବାବରେ ଇଂଲଣ୍ଡ ଦ୍ୱିତୀୟ ପାଳିରେ ରୁଟଙ୍କ ଦମଦାର ଶତକ ସହାୟତାରେ ୩୦୩ ରନ କରିଥିଲା । ରୁଟ୍ ୧୭୨ ବଲ ଖେଳି ୧୪ ଚୌକା ସହାୟତାରେ ୧୦୯ ରନ କରିଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମରା ୫ଟି ୱିକେଟ ଅକ୍ତିଆର କରିଥିଲେ । ୨୦୯ ରନର ବିଜୟ ଲକ୍ଷ୍ୟଳ ନେଇ ଖେଳ ଆରମ୍ଭ କରିଥିଲା ଭାରତ । ପ୍ରଥମ ୱିକେଟରେ ୩୪ ରନ୍ ଯୋଡିବା ପରେ ୨୬ ରନ କରି ଆଉଟ ହୋଇଥିଲେ କେ ଏଲ ରାହୁଲ । ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତ ୧ ୱିକେଟ ହରାଇ ୫୨ ରନ କରିଥିଲା । ଅନ୍ତିମ ଦିନରେ ବିଜୟ ପାଇଁ ୧୫୭ ରନ୍ ଆବଶ୍ୟକ ରହିଥିବା ବେଳେ ବର୍ଷା କିନ୍ତୁ ବାଧା ସୃଷ୍ଟି କରିଥିଲା । ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.