fbpx

Kisan Rin Portal: ଚାଷୀମାନଙ୍କ ପାଇଁ ଲଞ୍ଚ ହେଲା ନୂଆ ପୋର୍ଟାଲ, ଜାଣନ୍ତୁ କିପରି ମିଳିବ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଷାନ ଋଣ ପୋର୍ଟାଲ (କେଆରପି) ଲଞ୍ଚ କରିଛନ୍ତି । ଏକାଧିକ ସରକାରୀ ବିଭାଗର ସହଯୋଗରେ ଏହି ପୋର୍ଟାଲ୍ ବିକଶିତ ହୋଇଛି ଏବଂ କିଷାନ୍ କ୍ରେଡିଟ୍ କାର୍ଡ (କେସିସି) ଅଧୀନରେ କ୍ରେଡିଟ୍ ସେବାକୁ ସୁବିଧା ପ୍ରଦାନ କରିବ । ଏହି ଡିଜିଟାଲ୍ ପ୍ଲାଟଫର୍ମ କୃଷକ ଡାଟା, ଋଣ ବଣ୍ଟନ ସୂଚନା, ସୁଧ ସହାୟତା ଏବଂ ଯୋଜନାର ଅଗ୍ରଗତି ବିଷୟରେ ସୂଚନା ପ୍ରଦାନ କରିବ ।

ସଂପୂର୍ଣ୍ଣ ଯୋଜନା କ’ଣ:-
କେସିସି ଋଣ ଆକାଉଣ୍ଟଧାରୀଙ୍କ ସହ ଜଡିତ ସୂଚନା ବର୍ତ୍ତମାନ କିଷାନ ଋଣ ପୋର୍ଟାଲରେ ଏକ ବିସ୍ତୃତ ଫର୍ମରେ ସହଜରେ ଉପଲବ୍ଧ ହେବ । ଏହି ସୁବିଧା ପୂର୍ବରୁ ସେଠାରେ ନଥିଲା । ଏହା ସହିତ ସମସ୍ତ କେସିସି ଆକାଉଣ୍ଟଧାରୀଙ୍କ ଯାଞ୍ଚ ଆଧାର ମାଧ୍ୟମରେ କରାଯିବ । ଯୋଗ୍ୟ କୃଷକମାନଙ୍କୁ ଋଣ ସହାୟତା ଯୋଗାଇବାରେ ଏହା ସହାୟକ ହେବ । ଏହି ପୋର୍ଟାଲ ମାଧ୍ୟମରେ ହିତାଧିକାରୀଙ୍କୁ ସିଧାସଳଖ ସୁଧ ସବଭେନ୍ସନ୍ ଦାବିର ଦେୟ ପ୍ରଦାନ କରିବାକୁ ଏକ ଯୋଜନା ରହିଛି । ଏଥି ସହିତ ସରକାର ଏହି ପୋର୍ଟାଲ ମାଧ୍ୟମରେ ଏହି ଯୋଜନାର ହିତାଧିକାରୀ ଏବଂ ଡିଫଲ୍ଟ ଚାଷୀଙ୍କୁ ଆକଳନ କରିବାରେ ସକ୍ଷମ ହେବେ ।

ଏହା ସହିତ “ଘର ଘର କେସିସି ଅଭିଯାନ” ଆରମ୍ଭ ହୋଇଛି । ଭାରତର ସମସ୍ତ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ (କେସିସି) ଯୋଜନାର ଲାଭ ଯୋଗାଇବା ଏହା ଏକ ମହତ୍ୱପୂର୍ଣ୍ଣ ଅଭିଯାନ । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ କୃଷକ ଋଣ ସୁବିଧା ପର୍ଯ୍ୟନ୍ତ ବିନା ବାଧାରେ ପହଞ୍ଚିପାରିବେ, ଯାହା ଦ୍ୱାରା ସେମାନଙ୍କର କୃଷି କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ।

କେତେ କେସିସି ଆକାଉଣ୍ଟ :-
୩୦ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପ୍ରାୟ ୭.୩୫ କୋଟି କେସିସି ଆକାଉଣ୍ଟ ଅଛି, ଯାହାର ମୋଟ ଅନୁମୋଦିତ ପରିମାଣ ହେଉଛି ୮.୮୫ ଲକ୍ଷ କୋଟି ଟଙ୍କା । ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ଆର୍ôଥକ ବର୍ଷରେ ଏପ୍ରିଲ-ଅଗଷ୍ଟ ମଧ୍ୟରେ ରିହାତି ସୁଧ ହାରରେ ସରକାର ୬,୫୭୩.୫୦ କୋଟି ଟଙ୍କା କୃଷି ଋଣ ବଣ୍ଟନ କରିଛନ୍ତି । କେସିସିର ଲାଭ ବୁଝ।।ଇବା ପାଇଁ ଦ୍ୱାରରୁ ଦ୍ୱାର ଅଭିଯାନ କେନ୍ଦ୍ରୀୟ ଯୋଜନା ‘ପିଏମ-କିଷାନ’ ର ଅଣ କେସିସି ଧାରକମାନଙ୍କ ନିକଟରେ ପହଞ୍ଚିବ ।

ଏହା ବ୍ୟତୀତ ୱିଣ୍ଡସ୍ ମାନୁଆଲ୍ ଉନ୍ମୋଚିତ ହୋଇଛି । ଏହା ପାଣିପାଗ ସୂଚନା ନେଟୱାର୍କ ଡାଟା ସିଷ୍ଟମ୍ ପଦକ୍ଷେପର ପ୍ରଭାବକୁ ବିସ୍ତାର କରେ ।

Get real time updates directly on you device, subscribe now.