fbpx

ତାରିଖ ହେଲା ଫିକ୍ସ: କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଦିନ ଆସିବ ଟଙ୍କା, ସରକାର ଦେଲେ ସୂଚନା !

ନୂଆଦିଲ୍ଲୀ: ଦେଶର କୋଟି ଚାଷୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସମ୍ପର୍କରେ ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ଜାନୁଆରୀ ମାସର ପ୍ରଥମ ସପ୍ତାହରେ ୮ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ । ଅବଶ୍ୟ ଯେଉଁମାନେ ଇ-କେୱାଇସି କରିନାହାନ୍ତି, ସେମାନଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କେନ୍ଦ୍ର ସକରାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୨ଟି କିସ୍ତିର ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୮.୪୨ କୋଟିରୁ ଅଧିକ ଚାଷୀ ୧୨ କିସ୍ତିର ଲାଭ ପାଇଛନ୍ତି । ବର୍ତ୍ତମାନ ଦେଶରେ ୧୨ କୋଟିରୁ ଅଧିକ ଚାଷୀ ଏହି ସରକାରୀ ଯୋଜନାର ସୁଯୋଗ ନେଉଛନ୍ତି ।

ପୂର୍ବ ବର୍ଷକୁ ଦେଖିଲେ, ଅର୍ଥାତ୍ ୧ ଜାନୁଆରୀ ୨୦୨୨ରେ ପିଏମ ମୋଦୀ ଅପରାହ୍ନ ୧୨ଟା ୩୦ରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ । ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିଥିଲେ । ଏହା ଅଧୀନରେ ପ୍ରାୟ ୧୦ କୋଟି ଚାଷୀଙ୍କୁ ୨୦,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.in କୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Corner ସେକ୍ସନର ଭିତରେ Beneficiaries Status ଅପସନ୍ ଉପରେ କ୍ଲିକ କରନ୍ତୁ ।

-ଏହା ପରେ ଆପଣଙ୍କୁ ୱେବସାଇଟରେ ନିଜର ଆଧାର ନମ୍ବର, ମୋବାଇଲ ନମ୍ବର ଭଳି ଆବଶ୍ୟକ ସୂଚନା ଦେବାକୁ ହେବ ।

-ଏହାପରେ ଆପଣଙ୍କୁ ସ୍କ୍ରିନରେ ଏକ ଲିଷ୍ଟ ଆସିବ, ଆପଣ ଏହି ଲିଷ୍ଟରେ ନିଜ ନାମ ଚେକ କରିପାରିବେ ।

Get real time updates directly on you device, subscribe now.