PM Kisan Yojana: ଆଜି ମିଳିବ ୨୦ତମ କିସ୍ତି, ଚାଷୀଙ୍କ ଆକାଉଣ୍ଟକୁ ଆସିବ 2000 ଟଙ୍କା

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର । ଆଜି ଆସିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM Kisan)ର ୨୦ତମ କିସ୍ତି ।

ନୂଆଦିଲ୍ଲୀ : ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର । ଆଜି ଆସିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM Kisan)ର ୨୦ତମ କିସ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ବାରାଣସୀରେ ଏହି ଅର୍ଥକୁ କୃଷକଙ୍କ ବ୍ୟାଙ୍କ ଖାତାକୁ ରିଲିଜ୍ କରିବେ। ଏହି କିସ୍ତିରେ ପ୍ରତ୍ୟେକ ହିତାଧିକାରୀ କୃଷକଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ମୋଟ ୯.୭କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ୨୦,୫୦୦ କୋଟି ଟଙ୍କା ପ୍ରଦାନ କରାଯିବ।

୨୦୧୯ରେ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ମୋଟ ୩.୬୯ଲକ୍ଷ କୋଟି ଟଙ୍କା ପ୍ରଦାନ କରାଗଲାଣି। ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବାରାଣସୀ ଗସ୍ତ ସମୟରେ,୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

ଶେଷ ଥର ପାଇଁ ଫେବୃଆରୀ ୨୪, ୨୦୨୫ ରେ ତାଙ୍କ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ଜାରି କରିଥିଲେ । ଏହି ଯୋଜନା ଅଧିନରେ ଭାରତ ସରକାର ସାରା ଦେଶର ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି । ଏହି ୬୦୦୦ ଟଙ୍କା ପ୍ରତି ୪ ମାସରେ ୨ ହଜାର ଟଙ୍କାର ୩ ଟି କିସ୍ତି ଆକାରରେ ଚାଷୀମାନଙ୍କୁ ଦିଆଯାଏ ।