fbpx

କୃଷକ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: କୋଟି କୋଟି କୃଷକଙ୍କ ଖାତାକୁ ଆସିବ ଅର୍ଥ

Advertisement

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସହିତ ଅନ୍ୟ ଦାବିକୁ ନେଇ କୃଷକମାନେ ପଞ୍ଜାବ-ହରିୟାଣା ସୀମାରେ ଗତ ୧୧ ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଏହି ଆନ୍ଦୋଳନ ସମୟରେ କିଛି କୃଷକ ଓ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଛି । ମୃତକ କୃଷକଙ୍କ ପରିବାର ପାଇଁ ପଞ୍ଜାବ ସରକାର ୧ କୋଟି ସହିତ ସରକାରୀ ଚାକିରି ଘୋଷଣା କରିଥିବା ବେଳେ କୃଷକଙ୍କ ଋଣର ସୁଧ ଓ ପେନାଲ୍ଟୀ ଛାଡ଼ କରିବାକୁ ଘୋଷଣା କରିଛନ୍ତି ହରିୟାଣା ସରକାର ।

ତେବେ ଏହା ମଧ୍ୟରେ କୃଷକଙ୍କ ପାଇଁ ଆସିଛି ପୁଣି ଏକ ବଡ଼ ଖୁସି ଖବର । ଗରିବ କୃଷକଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ପିଏମ୍ ପିଷାନ ସମ୍ମାନ ନିଧି ଯୋଜନାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ଯୋଜନାରେ କୃଷକଙ୍କୁ ବାର୍ଷିକ ୨ ହଜାର ଲେଖାଏଁ ୩ଟି କିସ୍ତିରେ ମୋଟ ୬ ହଜାର ଟଙ୍କା ସହାୟତା ରାଶି ମିଳିଥାଏ ।

ଗୋଟିଏ ପଟେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଅନ୍ୟପଟେ ସରକାର କୃଷକଙ୍କ ଆକାଉଣ୍ଟକୁ କେବେ ଅର୍ଥ ଟ୍ରାନ୍ସଫର କରିବେ ତା’ର ତାରିଖ ଘୋଷଣା କରିଛନ୍ତି । ଚଳିତ ମାସ ୨୮ ତାରିଖରେ ଏହି ଯୋଜନାର ଅର୍ଥ କୃଷକଙ୍କ ନିକଟକୁ ପଠାଯିବ ବୋଲି କୁହାଯାଇଛି । ପିଏମ୍ କିଷାନ ୱେବସାଇଟ୍ ମୁତାବକ, ଏହି ଯୋଜନାର ୧୬ତମ କିସ୍ତି ଚଳିତ ମାସ ଶେଷ ସୁଦ୍ଧା ଜାରି କରି ଦିଆଯିବ । ଗତ ବର୍ଷ ନଭେମ୍ବର ମାସ ୧୫ ତାରିଖରେ ପିଏମ୍ ମୋଦୀ ୮ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ୧୫ତମ କିସ୍ତି ଟ୍ରାନ୍ସଫର କରିଥିଲେ । କୃଷକଙ୍କ ଆକାଉଣ୍ଟରେ ୧୮ ହଜାର କୋଟିରୁ ଅଧିକ ଅର୍ଥ ଜମା ହୋଇଥିଲା ।

Get real time updates directly on you device, subscribe now.