fbpx

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀଙ୍କୁ ମିଳିଲା ହତ୍ୟା ଧମକ, ତଦନ୍ତ ଜୋରଦାର କଲା ପୋଲିସ

Advertisement

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ନୋଏଡାସ୍ଥିତ ଏକ ଘରୋଇ ଚ୍ୟାନେଲର CFOକୁ ମେଲ ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ମେଲ ପାଇବା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରି ପୋଲିସ ସାଇବର ସେଲ୍ ଟିମ୍ ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ନୋଏଡାର ସେକ୍ଟର ୨୦ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦିଆଯାଇଛି।

ଏହି ମେଲ୍ ନୋଏଡା ଫିଲ୍ମ ସିଟିର ଘରୋଇ ଚ୍ୟାନେଲର CFO କୁ ପଠାଯାଇଥିଲା। ରାତି ପ୍ରାୟ ସାଢେ ଦଶଟା ସମୟରେ ସେ ପାଇଥିଲେ। ମେଲ ପଠାଉଥିବା ବ୍ୟକ୍ତିଙ୍କ ନାମ କାର୍ତ୍ତିକ ସିଂ। ତାଙ୍କର ମେଲ୍ ଆଇଡି ହେଉଛି singhkarthik78107atdategmail.com। ଏହି ମେଲ୍ ଆଇଡିରୁ ଧମକପୂର୍ଣ୍ଣ ମେଲ୍ ପଠାଯାଇଥିଲା। ମେଲ ପହଞ୍ଚିବା ମାତ୍ରେ ପୋଲିସକୁ ସୂଚନା ଦିଆଯାଇଥିଲା। ଏହି ସମଗ୍ର ମାମଲାରେ ଡିସିପି ନୋଏଡାଙ୍କ ନିକଟରେ ଅଭିଯୋଗ କରାଯାଇଥିଲା, ଯାହା ପରେ ତୁରନ୍ତ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ମାମଲାଟି ଅତ୍ୟନ୍ତ ଗମ୍ଭୀର, ତେଣୁ ପୋଲିସ ମଧ୍ୟ ସାଇବର ଟିମର ସାହାଯ୍ୟ ନେଉଛି।

ପୋଲିସ ଏହି ଘଟଣାକୁ ଗମ୍ଭିରାତାର ସହିତ ନେଇ ଅନେକ ଦଳ ଗଠନ କରି ତଦନ୍ତକୁ ତ୍ୱରାନ୍ୱିତ କରିଛି। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି। ଏହାପୂର୍ବରୁ, ୨୦୨୧ମସିହାରେ, ଏହି ପ୍ରକାରର ମେଲ ପଠାଯାଇଥିଲା। ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ଗିରଫ କରିଥିଲା।

Get real time updates directly on you device, subscribe now.