fbpx

ସ୍ୱାଧୀନତା ଦିବସରେ ବଡ଼ ଘୋଷଣା କଲେ ମୋଦୀ : ବିଶ୍ୱକର୍ମା ଜୟନ୍ତୀରେ ଆରମ୍ଭ ହେବ ଏହି ଯୋଜନା, ଜାଣନ୍ତୁ କାହାକୁ ମିଳିବ ଲାଭ ?

ନୂଆଦିଲ୍ଲୀ: ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ସୁନା କାରିଗର, କାର୍ପେଟର, ରାଜମିସ୍ତ୍ରୀ, ଭଣ୍ଡାରୀ, ହସ୍ତଶିଳ୍ପୀ ଶ୍ରେଣୀକୁ ନୂତନ ଶକ୍ତି ଦେବାକୁ ଯାଉଛନ୍ତି। ଏଥିପାଇଁ ସେ ବିଶ୍ୱକର୍ମା ଜୟନ୍ତୀରେ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବେ। ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କ ପାଇଁ ସରକାର ୧୩,୦୦୦ ରୁ ୧୫,୦୦୦ କୋଟି ଟଙ୍କା ବ୍ୟୟ ଆବଣ୍ଟନରେ ଆସନ୍ତା ମାସରୁ ଏହି ଯୋଜନାର ଆରମ୍ଭ କରିବେ ବୋଲି କହିଛନ୍ତି।

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ସମୟରେ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ବିଶ୍ୱକର୍ମା ଜୟନ୍ତୀ ଅବସରରେ ବିଶ୍ୱକର୍ମା ଯୋଜନା ଆରମ୍ଭ ହେବ ବୋଲି ମୋଦି କହିଛନ୍ତି।

ବିଶ୍ୱକର୍ମା ଯୋଜନାର ଲାଭ କିଏ ପାଇବ?

ଆସନ୍ତା ୫ ବର୍ଷରେ ଦେଶକୁ ତୃତୀୟ ଅର୍ଥ ଶକ୍ତି ଭାବେ ଉଭା କରିବାକୁ ଲକ୍ଷ୍ୟ ସ୍ଥିର କରିଛନ୍ତି ମୋଦି ସରକାର । ପାଖାପାଖି ୧୩. ୫ କୋଟି ମଧ୍ୟବିତ୍ତ ପରିବାରର ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ଗାଁର ଶକ୍ତି ବଢିଲେ ସହରାଞ୍ଚର ଆର୍ଥିକ ଶକ୍ତି ମଧ୍ୟ ଦ୍ରୁତ ଗତିରେ ବଢିବ ବୋଲି ମୋଦି କହିଛନ୍ତି ।

ଏହି ଯୋଜନା ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ଯୋଜନା ଦ୍ୱାରା ବିଶେଷ ବର୍ଗ ଲାଭବାନ୍ ହୋଇପାରିବେ । ସୁନାରି, ବୁଣାକାର, ରାଜମିସ୍ତ୍ରୀ, ବାରିକ ଓ ଅନ୍ୟ କୁଶଳୀ କାରିଗରଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା । ଏହା ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ ।

 

 

ପ୍ରଧାନମନ୍ତ୍ରୀ ମୋଦି ଆଉ କଣ କହିଲେ?

-ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାରିଗର ଏବଂ ଛୋଟ ବ୍ୟବସାୟ ସହ ଜଡିତ ଲୋକମାନେ ଏହି ଯୋଜନାର ଲାଭ ପାଇବେ।

-ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କ ପାଇଁ ସରକାର ଆସନ୍ତା ମାସରୁ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବେ।

-ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ମୋ ଦେଶର କୃଷକଙ୍କ ଆକାଉଣ୍ଟରେ ସିଧାସଳଖ ୨.୫ ଲକ୍ଷ କୋଟି ଟଙ୍କା ଜମା କରିଛୁ।

-ଜଳ-ଜୀବନ ମିଶନ ମିଶନ ପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

-ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହାଦ୍ୱାରା ଗରିବମାନେ ଔଷଧ ପାଇବେ, ସେମାନଙ୍କୁ ଭଲ ଚିକିତ୍ସା କରାଯାଏ ।

Get real time updates directly on you device, subscribe now.